PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କଂଗ୍ରେସରେ ଯୋଗ ଦେଲେ ବିଜେଡି, ବିଜେପି ନେତା

ଭୁବନେଶ୍ୱର, ୨୭ା୩(ବ୍ୟୁରୋ): ଆଜି ସନ୍ଧ୍ୟାରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପିର ବରିଷ୍ଠ ନେତା ସୁବାଷ ପାତ୍ର ତାଙ୍କର ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । କଂଗ୍ରେସ ଭବନ ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଶ୍ରୀ ପାତ୍ର ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ, କଂଗ୍ରେସ ଉତ୍ତରୀୟ ଓ ଟୋପି ପ୍ରଦାନ କରି ସ୍ୱାଗତ କରିଥିଲେ । ଶ୍ରୀ ପାତ୍ରଙ୍କ ଯୋଗଦାନ ଦଳକୁ ସୁଦୃଢ କରବି ବୋଲ ିଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ରାଉତରାୟଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ପ୍ରକଟ କରି ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ପାତ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ପରିଡ଼ା, ରାଜେଶ କୁମାର ମହାନ୍ତି, ରାଜକୁମାର ଭୁଜବଳ, ଆଶୁତୋଷ ମହାନ୍ତି, ଅଶୋକ ବେହେରା, ବିନୋଦ କୁମାର ଜୟସିଂହ, ଦିନେଶ ମଙ୍ଗରାଜ, ତପନ ମହାକୁଡ଼, କିଶାନ ମଙ୍ଗରାଜ, ଭୁକୁଲ ପାଲଟାସିଂହ, ଗୋବିନ୍ଦ ଚରଣ ପରିଡ଼ା, ସତ୍ୟରଞ୍ଜନ ଜୟସିଂହ, ସୁରେଶ ପାତ୍ର, ହାପି ସାମନ୍ତରାୟ, ଗୁଲୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେଡି ଛାତ୍ର ନେତା ଭୁବନେଶ୍ୱର ଜୋନ୍‌ ଉପସଭାପତି ଅଭିଷେକ ଖୁଣ୍ଟିଆ ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ଛାତ୍ରନେତା ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଞ୍ଚବିା ପରେ କଂଗ୍ରେସ ଭବନ ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ପ୍ରମୁଖ ଶ୍ରୀ ଖୁଣ୍ଟିଆ ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ, କଂଗ୍ରେସ ଉତ୍ତରୀୟ ଓ ଟୋପି ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଜେଡି ଛାତ୍ର ଜୋନ୍‌ ସମ୍ପାଦକ ସୋମରାଜ ତ୍ରିପାଠୀ, ସାଜନ ନାୟକ, ଅମିତ୍‌ କୁମାରଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର