ଆସନ୍ତାକାଲିଠୁ ଆପଣଙ୍କ ଜୀବନରେ ଆସିବ ବହୁତ କିଛି ପରିବର୍ତ୍ତନ: ରୋଷେଇ କରିବାଠୁ ବିମାନ ଯାତ୍ରା ପର୍ଯ୍ୟନ୍ତ ସବୁ ମହଙ୍ଗା; ପେଟ୍ରୋଲ, ଏଟିଏମ୍…

ନୂଆଦିଲ୍ଲୀ ୩୦/୬: ୧ ଜୁଲାଇରୁ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା ଏହି ସବୁ ପରିବର୍ତ୍ତନ ସମ୍ପର୍କରେ…

ଏଟିଏମ ଟ୍ରାଞ୍ଜାକ୍ସନରେ ମିଳିବନି ରିହାତି
ବୁଧବାର ଠାରୁ ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଏଟିଏମରୁ ନଗଦ କାରବାର ଉପରେ କୌଣସି ରିହାତି ପାଇବେ ନାହିଁ। ପୂର୍ବ ପରି ମେଟ୍ରୋ ସିଟିରେ ପ୍ରତି ମାସରେ କେବଳ ଆଠଟି ଏବଂ ଅଣ ମେଟ୍ରୋ ସହରରେ ୧୦ଟି କାରବାର କରିହେବ। କରୋନା ଯୋଗୁଁ ଲୋକଙ୍କୁ ଏଟିଏମରୁ ଅସୀମିତ ପ୍ରତ୍ୟାହାର ସୁବିଧା ଦିଆଯାଇଥିଲା।

image courtesy:https://www.nexo-standards.org/

ପୁଣି ଖାତାରେ ରଖିବାକୁ ହେବ ମିନିମମ୍ ବାଲାନ୍ସ
ବର୍ତ୍ତମାନ ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ନେଇ ଏହି ସୁବିଧା ଦେଇଛନ୍ତି। ତେବେ ୧ ଜୁଲାଇରୁ ଏହି ସୁବିଧା ମଧ୍ୟ ବନ୍ଦ ହୋଇଯିବ। ଏଭଳି ପରିସ୍ଥିତିରେ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କର ନିୟମ ଅନୁଯାୟୀ ପ୍ରତି ମାସରେ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିବ। ସର୍ବନିମ୍ନ ମାସିକ ବାଲାନ୍ସ ମେଣ୍ଟେନ୍ ରଖିବା ଆବଶ୍ୟକତା ଲକଡାଉନ୍ ସମୟରେ ଦୂର କରାଯାଇଥିଲା । ମେଟ୍ରୋ ସହରରେ, ସହରାଞ୍ଚଳ, ଗ୍ରାମାଞ୍ଚଳରେ ଏନେଇ ଭିନ୍ନ ଭିନ୍ନ ଚାର୍ଜ ଆଦାୟ କରାଯାଏ ।

ମିଳିବ କମ୍ ସୁଧ
ସାରା ଦେଶରେ ଦ୍ୱିତୀୟ ସବୁଠାରୁ ବଡ ବ୍ୟାଙ୍କ ପିଏନବି ସଞ୍ଚୟ ଖାତାରେ ଦିଆଯାଉଥିବା ସୁଧ କମ୍ କରିବାର ନିଷ୍ପତ୍ତି ନେଇଛି । ୧ ଜୁଲାଇରୁ ସମସ୍ତ ସଞ୍ଚୟ ଖାତାରେ ମିଳୁଥିବା ବାର୍ଷିକ ସୁଧ ଦରରେ ହ୍ରାସ ହେଉଛି । ବ୍ୟାଙ୍କ ୦.୫୦ ପ୍ରତିଶତ ହ୍ରାସ କରିବା ନେଇ ଘୋଷଣା କରିଛି । ଆଗାମୀ ମାସରୁ ଖାତାଧାରୀଙ୍କୁ ଜମା ପଇସାରେ ୩.୨୫ ପ୍ରତିଶତ ଦରରେ ବାର୍ଷିକ ସୁଧ ମିଳିବ ।

ଖାତା ହୋଇପାରେ ଫ୍ରିଜ୍
ବ୍ୟାଙ୍କ ଅଫୋ ବରୋଦା ନିଜ ସମସ୍ତ ଗ୍ରାହକଙ୍କୁ ଏସଏମଏସ ପଠାଇ ସୂଚନା ଦେଇଛି ଯେ ଖୁବ ଶୀଘ୍ର ନିଜ ଖାତାର KYC ଉପଲବ୍ଧ କରାନ୍ତୁ । ବ୍ୟାଙ୍କ ୧ ଜୁଲାଇରୁ ସେହି ଖାତାକୁ ଫ୍ରିଜ୍ କରିଦେବ ଯାହାର ସୂଚନା ବ୍ୟାଙ୍କ ପାଖରେ ନଥିବ  । ଗ୍ରାହକ ନିଜ କେୱାଇସି ପାଇଁ ଆଧାରକାର୍ଡ, ପାନ୍ ଓ ରାସନକାର୍ଡର କପି ବ୍ୟାଙ୍କରେ ଜମା କରାଇପାରିବେ ।

image courtesy:https://www.rnz.co.nz/

ବଦଳିବ ଏଲପିଜି, ବିମାନ ଇନ୍ଧନ ଦାମ୍
ତେଲ ମାର୍କେଟିଂ କମ୍ପାନୀମାନେ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ଓ ବିମାନ ଇନ୍ଧନର ନୂଆ ଦାମର ଘୋଷଣା କରନ୍ତି । ଗତ କିଛି ମାସରୁ ଦାମ୍ ବଢିବାରେ ଲାଗିଛି । ସେହିଭଳି ପେଟ୍ରୋଲ-ଡିଜେଲର ବଢୁଥିବା ଦାମରୁ ଜଣାପଡୁଛି କି ଲୋକଙ୍କ ରୋଷେଇ ସହିତ ବିମାନ ଯାତ୍ରା ଖର୍ଚ୍ଚ ମଧ୍ୟ ବଢିଯିବ ।

ଅଟଳ ପେନସନ୍ ଯୋଜନାର ନିୟମ ବଦଳିବ
ଅଟଳ ପେନସନ୍ ଯୋଜନାରେ ୩୦ ଜୁନ୍ ପରେ Auto debit ପୁଣି ଆରମ୍ଭ ହୋଇପାରେ । PFRDAର ୧୧ ଏପ୍ରିଲର ସର୍କୁଲାର ଅନୁସାରେ କରୋନା ଭାଇରସ ମହାମାରୀ ଯୋଗୁଁ ଏହି ସୁବିଧା ୩୦ ଜୁନ୍ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏଥିପାଇଁ ବ୍ୟାଙ୍କ ଅଟଳ ପେନସନ୍ ଯୋଜନାରୁ ଅଟୋ ଡେବିଟ୍ ରୋକି ଦେଇଥିଲା । ୧ ଜୁଲାଇରୁ ଏହା ପୁଣି ଆରମ୍ଭ ହେବ ।

ଏମଏସଏମଇର ଅନଲାଇନ୍ ପଞ୍ଜିକରଣ
ସୁକ୍ଷ୍ମ, ସ୍ଥୁଳ ଓ ମଧ୍ୟମ(ଏମଏସଏମଇ) ୧ ଜୁଲାଇରୁ ଅନଲାଇନ୍ ପଞ୍ଜିକରଣ କରାଇ ପାରିବେ । ସରକାରଙ୍କ ଏହି ସନ୍ଦର୍ଭରେ କୁହାଯାଇଥିଲା କି ଏହି ପଞ୍ଜୀକରମ ସ୍ୱଘୋଷିତ ସୂଚନା ଆଧାରରେ ହେବ । ଏଥିପାଇଁ ଦସ୍ତାବେଜ ଅପଲୋଡ୍ କରିବା ଆବଶ୍ୟକ ହେବନି । ମାମଲାରେ ଜଡିତ ଅଧିକାରୀ କହିଛନ୍ତି କି ଉଦ୍ୟେମର ପଞ୍ଜିକରଣର ପ୍ରକ୍ରିୟା ଆୟକର ଓ ଜିଏସଟି ସହିତ ଯୋଡା ଯାଉଛି । ଏଠାରେ ଦିଆଯାଇଥିବା ତଥ୍ୟର ସତ୍ୟାପନ ପାନ୍ ନମ୍ବର ଓ ଜିଏସଟିଆଇଏନର ବିବରଣୀରୁ କରାଯିବ ।

କରୋନା କାଳରେ ପିଏଫ୍ ପଇସା ବାହାର କରିବାର ଶେଷ ତାରିଖ
କେନ୍ଦ୍ର ସରକାର କରୋନା ଭାଇରସକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନରେ ପିଏଫରୁ ପଇସା ବାହାର କରିବା ନିୟମରେ ଢିଲା ଦେଇଥିଲେ । ଯଦି ଆପଣ ନିଜ ପିଏଫ୍ ଆକାଉଣ୍ଟରୁ କିଛି ରାଶି ବାହାର କରିବାକୁ ଚାହୁଁଛନ୍ତି ତେବେ ୧ ଜୁଲାଇରୁ ହେବାକୁ ଥିବା ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ୧ ଜୁଲାଇରୁ ଆପଣ ଏମିତି କରିପାରିବେନି । ଏହା କେବଳ ୩୦ ଜୁନ୍ ପର୍ଯ୍ୟନ୍ତ ଥିଲା ।

କିଷାନ ସମ୍ମାନ ନିଧିରେ ପଞ୍ଜୀକରଣ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ ମୋଦି ସରକାରଙ୍କ ତରଫରୁ ପ୍ରତି ବର୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ୩ କିସ୍ତିରେ ୬ ହଜାର ଟଙ୍କା ଦିଆଯାଉଛି । ଏପର୍ଯ୍ୟନ୍ତ ୫ କିସ୍ତି ଚାଷୀଙ୍କୁ ପଠାସରିଛି । ଯୋଜନାରେ ୩୦ ଜୁନ୍ ପର୍ଯ୍ୟନ୍ତ ପଞ୍ଜୀକରଣ କରାଇପାରିବେ । ଯଦି ୩୦ ଜୁନ୍ ସୁଦ୍ଧା ଆବେଦନ କରିଦେଉଛନ୍ତି ତେବେ ଆପଣଙ୍କୁ ୨ ହଜାର ଟଙ୍କା ମିଳିବ ଏବଂ ଅଗଷ୍ଟରେ ମଧ୍ୟ ଆପଣଙ୍କୁ ଦ୍ୱିତୀୟ କିସ୍ତି ରୂପେ ୨୦୦୦ ଟଙ୍କା ଆହୁରି ମିଳିବ ।

ମ୍ୟୁଚୁଆଲ ଫଣ୍ଡର କ୍ରୟ ଉପରେ ଲାଗିବ ଷ୍ଟାମ୍ପ ଡ୍ୟୁଟି
୧ ଜୁଲାଇରୁ ମ୍ୟୁଚୁଆଲ୍ ଫଣ୍ଡ କ୍ରୟ ଉପରେ ନିବେଶକଙ୍କୁ ସେଥିରେ ୦.୦୦୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦେବାକୁ ହେବ । ଆପଣ ସିଷ୍ଟେମୋଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍(ଏସଆଇପି) କିମ୍ବା ସିଷ୍ଟେମୋଟିକ୍ ଟ୍ରାନ୍ସଫର ପ୍ଲାନ୍(ଏସଟିପି) ଯାହା ଜରିଆରେ ମଧ୍ୟ ମ୍ୟୁଚୁଆଲ୍ ଫଣ୍ଡରେ ପଇସା ଲଗାଇଲେ ଆପଣଙ୍କୁ ଷ୍ଟାମ୍ପ ଡ୍ୟୁଟି ଦେବାକୁ ହେବ । ଏହି ଷ୍ଟାମ୍ପ ଡ୍ୟୁଟି ଡେଟ୍ ଓ ଇକ୍ୱିଟି ସମସ୍ତ ପ୍ରକାର ମ୍ୟୁଚୁଆଲ୍ ଫଣ୍ଡରେ ଲାଗିବ । ଷ୍ଟାମ୍ପ ଡ୍ୟୁଟି ଲାଗିବା ପ୍ରଭାବ ସବୁଠାରୁ ଅଧିକ ଡେଟ୍ ଫଣ୍ଡରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ