ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବାଂଲାଦେଶ ଢାକାରେ ଭୟାବହ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଢାକା ୨୯|୩ :ବାଂଲାଦେଶର ରାଜଧାନୀ ଢାକାରେ ବନାନୀ ଅଞ୍ଚଳରେ ଥିବା ୨୨ମହଲା ବିଶିଷ୍ଟ ଏଫଆର ଟାଓ୍ବାର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା  ୨୦ରେ ପହଞ୍ଚିଛି । ଗତକାଲି ଦିନ ଗୋଟାଏ ବେଳେ ଏହି ବହୁତଳ ବିଶିଷ୍ଟ ଟାଓ୍ବାରର ଷଷ୍ଠ ମହଲାରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ଶ୍ରୀଲଙ୍କା ନାଗରିକ ମଧ୍ୟ ଅଛନ୍ତି । ଅଗ୍ନିକାଣ୍ଡରୁ ହେଲିକାପ୍ଟର ଯୋଗେ ୧୦୦ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

{"id":9587,"width":739,"height":443}

୨୨ମହଲା ବିଶିଷ୍ଟ ଏଫଆର ଟାଓ୍ବାରର ୬ଷ୍ଠ ମହଲାରେ ଗତକାଲି ନିଆଁ ଲାଗିଯିବା ପରେ ନିଆଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଟାଓ୍ବାରରେ ଥିବା ଲୋକମାନେ ଆତଙ୍କିତ ହୋଇ ଝରକା ପଟେ ଜୀବନ ରକ୍ଷା ଲାଗି ସାହାଯ୍ୟ କରିବା ପାଇଁ ଚିତ୍କାର କରିଥିଲେ । କିନ୍ତୁ କୌଣସି ସାହାଯ୍ୟ ତୁରନ୍ତ ନମିଳିବାରୁ କିଛି ଲୋକ ଜୀବନ ବିକଳରେ ତଳକୁ ଡେଇଁ ପଡିଥିଲେ । ଡେଇଁ ପଡିବା ଯୋଗୁଁ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଟାଓ୍ବାର ଭିତରୁ ୧୩ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ  ଟାଓ୍ବାର ଭିତରେ କିଛି ଶବ ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଢାକାରେ ଥିବା ସାମରିକ ହସସ୍ପିଟାଲରେ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

{"id":9589,"width":739,"height":443}

ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ଘଟିଥିବା ଏଫାଆର ଟାଓ୍ବାରର ଷଷ୍ଠ ମହଲାରେ କିଛି ଲୁଗା ଦୋକାନ ଓ ଇଣ୍ଟରନେଟ୍ ସେବା କେନ୍ଦ୍ର ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ଅପରାହ୍ନରେ ଏଫଆର ଟାଓ୍ବାରର ଉପର ମହଲା ଝରକାରୁ କିଛି ଲୋକ ସାହଯ୍ୟ ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଆଖପାଖ ଅଞ୍ଚଳର ଲୋକେ ଏକ ଟିଭି କେବୁଲ ସଂପୃକ୍ତ ମହଲା ପାଖକୁ ଛିଡାଇ ପକାଇଦେଇଥିଲେ । ଏହି କେବୁଲକୁ ଧରି କିଛି ଲୋକ ତଳକୁ ଖସିଆସିବାରେ ସକ୍ଷମ ହୋଇଥିଲେ ।

{"id":9590,"width":741,"height":556}

ତେବେ ସମସ୍ତଙ୍କ ଭାଗ୍ୟ ସମାନ ନଥିଲା । କିଛି ଲୋକ ମଧ୍ୟ କେବୁଲ ଧରି ଓହ୍ଲାଇବା ବେଳେ ତଳକୁ ଖସି ପଡିଥିଲେ । ଢାକା ଅଗ୍ନିଶମ ସେବା ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଜୁଲଫିକର ରହମାନଙ୍କ ସୂଚନା ଅନୁସାରେ ହେଲିକାପ୍ଟର ଓ ସିଡି ମାଧ୍ୟମରେ ଟାଓ୍ବାର ଭିତରୁ ଶହେ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ପ୍ରତି ମହଲାର ଟିକିନିଖି ଯାଞ୍ଚ କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା କରୁଛନ୍ତି ।

{"id":9591,"width":727,"height":545}

ସୂଚନାଯୋଗ୍ୟ ଯେ, ଗତ ମାସରେ ଢାକାର ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଚୌକ ବଜାରରେ ଥିବା ଏକ ଆପାର୍ଟମେଣ୍ଟ ଓ ସାର ଗୋଦାମରେ ନିଆଁ ଲାଗି ୧୧୦ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ୫ଦିନ ପୂର୍ବରୁ ଚଟଗାଓଁରେ ଥିବା ଏକ ବସ୍ତିରେ ନିଆଁ ଲାଗିଯିବା ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.