PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ବିଜେଡିରେ ମିଶିଲେ ଶହଶହ କର୍ମୀ: ଶଙ୍ଖ ଧରିଲେ ପୂର୍ବତନ ବିଧାୟକ ଖେଳାରାମ, ଲୋଇସିଂହାରୁ ୧୫୦ କର୍ମୀ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ମୟୂରଭଞ୍ଜରେ ବିଜେଡିର ଶକ୍ତି ବଢ଼ିଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରିଆ, ଉଦଳା ଓ ଯଶିପୁର ନିର୍ବାଚନ ମଣ୍ଡଳିର ଶହଶହ କର୍ମୀ ଓ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି ।ୟ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କ ନେତୃତ୍ୱରେ ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଖେଳାରାମ ମାହାଲି, ଓଡ଼ିଶା କ୍ଷେତ ମଜଦୁର କିଶାନ ପରିଷଦର ଅଧ୍ୟକ୍ଷ ଗଦାଧର ମିଶ୍ର, ସଂଘର ଉପସଭାପତି ରବି ନାରାୟଣ ଜେନା, ତ୍ରିଲୋଚନ ମହାପାତ୍ର, ଜ୍ୟୋର୍ତିମୟୀ ମହାପାତ୍ର, ସାଧାରଣ ସଂପାଦକ ସୁବାସ କର ମହାପାତ୍ର, କଳ୍ପନା ଦାସ, ଧର୍ନୁଜୟ ଆଡବାଙ୍ଗ, କୋଷାଧକ୍ଷ ଗାୟତ୍ରୀ ଦାସ, ଜିଲ୍ଲା ସଂପାଦକ ବୀରକିଶୋର କୁଅଁର ପ୍ରମୁଖ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବ୍ଲକର ବିସିପୁର ସରପଞ୍ଚ ତପସ୍ୱିନୀ ନାୟକ, ହାତିକୋଟ ସରପଞ୍ଚ କଳ୍ପନା ଟୁଡୁ, ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ସିଂହ, ରବିନ୍ଦ୍ର ନାୟକ, ଉପେନ୍ଦ୍ର ନାଥ ଦାସ, ପ୍ରସନ୍ନ ନାୟକ, ପୂର୍ବତନ ସମିତି ସଭ୍ୟ ସାଇବା ମାଝୀ, ରମେଶ ନାୟକ, ରାଇରଙ୍ଗପୁର ବ୍ଲକର ହଳଦା ସରପଞ୍ଚ ସୀତା ମୁର୍ମୁ, ଗମ୍ଭାରିଆ ସରପଞ୍ଚ ପାନେଶ୍ୱରୀ ବେଶରା, ଅଂଳାଯୋଡ଼ି ସରପଞ୍ଚ ରାମଚନ୍ଦ୍ର ହାଁସଦା, ସମିତିସଭ୍ୟ ମନୋଜ ବେହେରା, ଲକ୍ଷ୍ମୀମଣୀ ସିଂ, ଲକ୍ଷ୍ମୀ ମୁଣ୍ଡା, ପ୍ରଭାତି ମୁର୍ମୁ, ଚୁଡ଼ାମଣି ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡୁମୁନି ମାହାଲି, ରାଇରଙ୍ଗପୁର ବାମନଘାଟି ଶିଳ୍ପ ମଜଦୁର ସଂଘର ସାଧାରଣ ସଂପାଦକ ବିରଞ୍ଚି ଗୋପାଳ, କଂଗ୍ରେସ ବ୍ଲକ ସଭାପତି ସୋମନାଥ ମହାନ୍ତ, ଜିଲ୍ଲା କଂଗ୍ରେସ ସଂପାଦକ ଏସ୍‌ଏସ୍‌ ଦାସ, ଜାମଦା ବ୍ଲକର ପୂର୍ବତନ ବିଜେପି ବ୍ଲକ ସଭାପତି ବିଶ୍ୱନାଥ ସୋରେନ, ତିରିଂ ବ୍ଲକର ସରପଞ୍ଚ ହୀରାମଣି ପୂର୍ତ୍ତି, ପୂର୍ବତନ ସରପଞ୍ଚ ଅକ୍ଷୟ ସି, ଅନ୍ତୁ ମାର୍ଣି, ଶଙ୍ଖା ହେମ୍ବ୍ରମ, ମାନସିଂ ହେମ୍ବ୍ରମ, ଜେଏମ୍‌ଏମ୍‌ର ତିରିଂ ବ୍ଲକ ସଭାପତି ସତ୍ୟବାନ ପ୍ରଧାନ, ପୂର୍ବତନ ସମିତିସଭ୍ୟ ଲକ୍ଷ୍ମଣ ପୂର୍ତ୍ତି, ଉଦଳା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା କଂଗ୍ରେସ ସଭ୍ୟ ବସନ୍ତ ଦଣ୍ଡପାଟ, କପ୍ତିପଦା ବ୍ଲକ ଲାବନ୍ୟଦେଇପୁର ପଞ୍ଚାୟତ ସରପଞ୍ଚ ସ୍ନେହାଶ୍ରୀ ସିଂ, ଯଶିପୁର ବ୍ଲକ ଏକତାଲି ପଞ୍ଚାୟତର ସରପଞ୍ଚ ସାଲେଗା ମାଝି, ଟାଙ୍ଗାବିଲା ସରପଞ୍ଚ ଜତିନ୍‌ କୁମାର ନାୟକ, ବେଗୁନିଆ ପୂର୍ବତନ ସରପଞ୍ଚ ସସ୍ମିତା ନାୟକ, ରରୁଆଁ ବ୍ଲକ ବୌଦନାଥ ସରପଞ୍ଚ ନମ୍ରଦା ନାୟକ, ରରୁଆଁ ସରପଞ୍ଚ ଜିତେନ୍ଦ୍ର ନାୟକ, ଅଗରପଡ଼ା ସରପଞ୍ଚ ବୁଧୁରାମ ପୁର୍ତି, ସମିତି ସଭ୍ୟ ସୁଶାନ୍ତ ନାୟକ, ଶୁକ୍ରୁଳି ବ୍ଲକ ଖିଚିଙ୍ଗ ସରପଞ୍ଚ ମମତା ନାୟକ, ଶୁକ୍ରୃଳି ସରପଞ୍ଚ ଶମ୍ଭୁନାଥ ନାୟକ, ସମିତି ସଭ୍ୟ ଶ୍ରୀମତୀ ଝରଣା ବିଶ୍ୱାଳ, ଚୈତନ୍ୟ ହେମ୍‌ବ୍ରମ, କୁସୁମି ବ୍ଲକ ଚୁଆପାଣି ସରପଞ୍ଚ ସୁରେନ୍ଦ୍ର ନାୟକ, ଉପରବେଦ ସରପଞ୍ଚ କ୍ଷିତିଶ କୁମାର ସୋରେନ, ସମିତି ସଭ୍ୟ ଯୋଗେନ୍ଦ୍ର ପୂର୍ତ୍ତି, ପୂର୍ବତନ ସମିତି ସଭ୍ୟ ଧର୍ମେନ୍ଦ୍ର ଟୁଡୁ. କରଂଜିଆ ପୂର୍ବତନ ସମିତି ସଭ୍ୟ ହେମେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ମାଧବ ନାୟକ, ଯୁଆଳି ମୁଣ୍ଡା, ନିତ୍ୟାନନ୍ଦ ମୁର୍ମୁ ପ୍ରମୁଖ ବିଜେଡିରେ ମିଶିଛନ୍ତି । ସେହିପରି ଯୁବ ବିଜେଡି ସଂପାଦକ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକର ବିଜେପି ଓ କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ୧୫୦ରୁ ଅଧିକ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । କାର୍ଯ୍ୟକମ୍ରରେ ଜଲିା୍ଲର ବଧିାୟକ ତଥା ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବିଧାୟକ ସୁଦାମ ମାରାଣ୍ଡି, ଯୋଗେନ୍ଦ୍ର ବେହେରା, ସାଇବ ସୁଶୀଲ ହାସଂଦା, ଗଣେଶର୍ୱ ପାତ୍ର, ମଙ୍ଗଳ ସିଂ ମୋଦି, ଆଦିବାସୀ ଉନୟ୍ନନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡିଙ୍କ ସହ ବିଧାୟକ ଉମାକାନ୍ତ ସାମନ୍ତରାୟ, ପଣ୍ରବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ଉପସତି୍ଥ ଥିଲେ ।

ସମ୍ବନ୍ଧିତ ଖବର