PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଦିଲ୍ଲୀ ସରକାରଙ୍କ ଜବ୍ ପୋର୍ଟାଲରେ ଭରପୁର ନିଯୁକ୍ତି, ଏବେ ବି ୯ ଲକ୍ଷ ଭ୍ୟାକେନ୍ସି

https://zeenews.india.com/

ନୂଆଦିଲ୍ଲୀ ୭/୮: ଲକଡାଉନ୍ ଯୋଗୁଁ ଅନେକ କାମଧନ୍ଦା ବନ୍ଦ ହୋଇପଡିଛି । ଅନେକ ଲୋକ ରୋଜଗାର ହରାଇଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୨୭ ଜୁଲାଇର ଦିଲ୍ଲୀ ସରକାର ଅନଲାଇନ୍ ଜବ୍ ପୋର୍ଟାଲ ‘ରୋଜଗାର ବଜାର’ ଆରମ୍ଭ କରିଥିଲେ ଯାହାକୁ ଭଲ ରେସପନ୍ସ ମିଳୁଛି ।

ଦିଲ୍ଲୀ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଦିଲ୍ଲୀରେ ବଡ ସଂଖ୍ୟାରେ ଲୋକଙ୍କୁ ଲକଡାଉନ ପରେ ବେରୋଜଗାରୀର ସାମ୍ନା କରିବାକୁ ପଡୁଛି । ତେବେ ଅନେକ କମ୍ପାନୀ ଆଗରେ କର୍ମଚାରୀ ସଙ୍କଟ ମଧ୍ୟ ଠିଆ ହୋଇଛି । ଏହା ପରେ ଦିଲ୍ଲୀ ସରକାର ଜବ୍ ପୋର୍ଟାଲ୍ ଲଞ୍ଚ କଲେ । ଗୋପାଳ ରାୟ କହିଛନ୍ତି କି ଦିଲ୍ଲୀ ସରକାରଙ୍କ ଜବ୍ ପୋର୍ଟାଲ ରୋଜଗାର ବାଜାରରେ ଏପର୍ଯ୍ୟନ୍ତ ୨୨ ଲକ୍ଷ ନିଯୁକ୍ତି ପୋଷ୍ଟ କରାଯାଇଛି ଯେଉଁଥିରେ ୧୦ ଲକ୍ଷ ଭ୍ୟାକେନ୍ସି କ୍ଲୋଜ୍ ହୋଇଛି ଏବଂ ଏପର୍ଯ୍ୟନ୍ତ ୯ ଲକ୍ଷ ଭ୍ୟାକେନ୍ସି କର୍ମଚାରୀଙ୍କ ପାଇଁ ଖୋଲା ଅଛି ।

ସେ ଆଗକୁ କହିଛନ୍ତି କି ଜବ୍ ପୋର୍ଟାଲରେ ପୋଷ୍ଟ କରାଯାଇଥିବା ଚାକିରୀର ସତ୍ୟାପନ କରିବା ପାଇଁ ଦିଲ୍ଲୀ ସରକାର ଟାସ୍କ ଫୋର୍ସ ପ୍ରସ୍ତୁତ କରିଛନ୍ତି । ପ୍ରାୟ ୩ ଲକ୍ଷ ନିଯୁକ୍ତିକୁ ନକଲି ପୋଷ୍ଟ  ଓ ଗୋଟିଏ ଚାକିରୀକୁ ୨ ଥର ପୋଷ୍ଟ କରିବା ଯୋଗୁଁ ପୋର୍ଟାଲରୁ ହଟାଇ ଦିଆଯାଇଛି । ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଖାଲି ପଦରେ ଭେରିଫିକେସନ୍ ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ ହୋଇଛି, ପୋର୍ଟାଲରେ ସମସ୍ତ ସୁବିଧା ମାଗଣା ।

ସମ୍ବନ୍ଧିତ ଖବର