ବାଲିଗୁଡ଼ାରେ ଲାଗିଲା ମାଓ ବିରୋଧୀ ପୋଷ୍ଟର, ନକ୍ସଲଙ୍କୁ କରାଯାଇଛି କଟୁ ଭାଷାରେ ସମାଲୋଚନା

ଫୁଲବାଣୀ ୨୪।୮: କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ରାଇପଙ୍ଗା ଗାଁରେ ଲାଗିଛି ମାଓ ବିରୋଧୀ ପୋଷ୍ଟର । ଗତ ୧୮ତାରିଖରେ ହୋଇଥିବା କଞ୍ଚାଲାଘୁ ହିଂସାକୁ ବିରୋଧ କରି ପୋଷ୍ଟର ଲଗାଯାଇଛି । inppf ପକ୍ଷରୁ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି ।

ବାଲିଗୁଡା ଥାନା ରାଇପଙ୍ଗା ଗ୍ରାମରେ ପୋଷ୍ଟର ଲାଗିଛି । ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ । ନକ୍ସଲ ବିରୋଧୀ ପୋଷ୍ଟରରେ Inppf ଜିଲ୍ଲା କମିଟି ପକ୍ଷରୁ ନକ୍ସଲଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି । ତେବେ ପୋଷ୍ଟରରେ କିଛି କଥା ଉଲ୍ଲେଖ ରହିଛି ଯେପରି…

୧୮ ରୁ ୨୪ ବନ୍ଦ ସଫଳ କରିବା ପାଇଁ କଞ୍ଜ।ଲଘୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ ?

୧. କଞ୍ଜାଲଘୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ ଓ ନିନ୍ଦା କରୁଛୁ । କିଛି ନକ୍ସଲଙ୍କ ହତ୍ୟା ପ୍ରତିବାଦରେ ଏହି ହିଂସା କରାଯାଇଥିଲା । ଯାହାକି ଭୋକ ବିକଳରେ ତାଟିଆ କାମୁଡିବା ସାଦୃଶ୍ୟ  ।

୨. ସେସବୁ ତୁମର ସମ୍ପତି ନଥିଲା,  ଯାହା ତୁମେ ପୋଡିଦେଲ । ବିକାଶ କାମକୁ ବିରୋଧ କରି ପୋଡାଜଳା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀର ବିକାଶ କାମରେ ତୁମେ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ ।

୩ .ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି , ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ । ତୁମକୁ ଜଙ୍ଗଲ ଭିତରେ ଗୋଡେଇ ଗୋଡେଇ ବାହାର କରାଯିବ ।

୪. ଏ ଦେଶରେ ତୁମର କୌଣସି ଅଧିକାର ନାହିଁ । ପଡୋଶୀ ଦେଶର ପ୍ରରୋଚନାରେ ଆମେ ଦେଶର କିଛି ଲୋକ ଏପରି କାର୍ଯ୍ୟ କରୁଛନ୍ତି । ଯାହାକି ଆମ ଆଦିବାସୀଙ୍କ ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ