PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ମାଓବାଦୀଙ୍କୁ ବେଆଇନ୍ ଟଙ୍କା ଚାଳଣ ବେଳେ ସ୍ପର୍ପିଓରୁ ୫୧ ଲକ୍ଷ ଜବତ: ୨ ଅଟକ,ପୁଲିସର ତନାଘନା ଜାରି

ଲମତାପୁଟ ୨୪/୧୨: ବିଏସଏଫ୍‌ ପକ୍ଷରୁ ଗାଡ଼ିମୋଟର ଯାଞ୍ଚବେଳେ ଜବତ ହୋଇଛି ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ବିଜୟ ଖେମୁଣ୍ଡୁ ଓ ଭଗବାନ ଖେମୁଣ୍ଡୁ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡକ୍ରି ଗାଁ ନିକଟରୁ ଜବତ ହୋଇଛି ସ୍ପର୍ପିଓ ସହ ଏହି ଟଙ୍କା । ପଚରାଉଚରା ବେଳେ ଏହି ଟଙ୍କା ଗଞ୍ଜେଇ କାରବାର ଏବଂ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଆନ୍ଧ୍ରର ମୁଚିମପୁଟ ଥାନା ଗୁନ୍ତାରଗୁଡ଼ାକୁ ଯାଉଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି ।

ରବିବାର ଅପରାହ୍ଣ ପ୍ରାୟ ୩ଟା। ଡକ୍ରି ଗାଁ ନିକଟରେ ବିଏସଏଫ୍‌ ପକ୍ଷରୁ ଚାଲିଥିଲା ଗାଡ଼ିମୋଟର ଯାଞ୍ଚ। ଏହି ସମୟରେ ଧଳାରଙ୍ଗର ସ୍କର୍ପିଓ (ଓଡ଼ି-୧୦ବି-୦୧୪୩) ଉପରେ ଯବାନମାନଙ୍କ ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ସେଥିରୁ ବାହାରିଥିଲା ଏହି ଟଙ୍କା। ଗାଡ଼ିକୁ ଯବାନମାନେ ଅଟକ ରଖିବା ସହ ସେଥିରେ ବସିଥିବା ଦୁଇ ଯୁବକ ବିଜୟ ଓ ଭଗବାନଙ୍କୁ ପଚରାଉଚରା କରିଥିଲେ। ଏହି ଟଙ୍କା ନବରଙ୍ଗପୁରରୁ ଆନ୍ଧ୍ରର ଗୁନ୍ତାରଗୁଡା ଗାଁକୁ ନିଆଯାଉଥିଲା ବୋଲି ଉଭୟ ସ୍ୱୀକାର କରିଥିବା ଯବାନମାନେ କହିଛନ୍ତି ।

ଏହାପରେ ଦୁଇ ଅଭିଯୁକ୍ତଙ୍କ ସହ ଗାଡ଼ି ଓ ଟଙ୍କାକୁ ମାଛକୁଣ୍ଡ ପୁଲିସ୍‌ ଜିମା ଦିଆଯାଇଛି। ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏତେ ଟଙ୍କା କାହା ପାଖରୁ ଆସିଥିଲା ଏବଂ ନିର୍ଦ୍ଦିଷ୍ଟ ଭାବେ କେଉଁ ମାଓବାଦୀ ଏବଂ ଗଞ୍ଜେଇ ମାଫିଆଙ୍କ ପାଖକୁ ଯାଉଥିଲା, ତାହାର ତଦନ୍ତ ଜାରି ରଖିଛି ପୁଲିିସ୍‌। ମଙ୍ଗଳବାର ଗୁନ୍ତାରଗୁଡ଼ାର ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର