କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ: ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା ୧୪/୧୧: ରାୟଗଡ଼ା-କଳାହାଣ୍ଡି ସୀମାର ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଛି । କ୍ୟାମ୍ପ ଚାଲିଥିବା ସୂଚନା ପାଇ ଏସ୍‌ଓଜି ଓ ଡିଭିଏଫ ଯବାନ ଏହି ଜଙ୍ଗଲକୁ ଯାଇଥିବା ବେଳେ ସେଠାରୁ ୨ କେଜି ଓଜନର ଏକ ଲ୍ୟାଣ୍ଡମାଇନ୍‌ ସହ ମାଓ ସାମଗ୍ରୀ ଜବତ କରିଛନ୍ତି । ଯବାନ ଆସୁଥିବା ଜାଣିପାରି ମାଓବାଦୀମାନେ ଜଙ୍ଗଲକୁ ଖସି ପଳାଇଥିଲେ । ଜବତ ମାଇନକୁ ଯବାନମାନେ ବିସ୍ଫୋରଣ କରି ନିଷ୍କ୍ରିୟ କରି ଦେଇଥିବା ଏସପି ଡ.ଶ୍ରର୍ବଣା ବିବେକ.ଏମ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । କ୍ୟାମ୍ପରେ ପ୍ରାୟ ୧୨ଜଣ କ୍ୟାଡର ମାଓବାଦୀ ରହିଥିଲେ । ମଙ୍ଗଳବାର ରାତିରେ ଯବାନମାନେ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ । ଆଜି ଭୋରରେ ଉକ୍ତ କ୍ୟାମ୍ପକୁ ଠାବ କରାଯାଇଥିଲା । ସର୍ଚ୍ଚ କରାଯିବା ପରେ କ୍ୟାମ୍ପରେ ଏକ ଟିଫିନ୍‌ ବାକ୍ସରେ ଥିବା ଲ୍ୟାଣ୍ଡମାଇନ୍‌କୁ ଜବତ କରାଯାଇଥିଲା । ଏଥିସହ ସେଠାରେ ଥିବା ନିତ୍ୟ ବ୍ୟବହାର ସାମଗ୍ରୀକୁ ପୁଲିସ ଜବତ କରିଥିଲା । ଜବତ ସାମଗ୍ରୀ ମଧ୍ୟରେ ୧୦ଟି ପଲିଥିନ୍‌ ବ୍ୟାଗ, ୫ଟି ପାଣି ବୋତଲ, ୫ ସେଟ ପୋଷାକ, ଔଷଧ ଓ ଆସବାବପତ୍ର ରହିଛି ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…

ଦେଢ଼ କୋଟି ନେଇ ଗଲେ କିନ୍ତୁ ଫ୍ଲାଟ୍ ଦେଲେ ନାହିଁ, ଠକ ଦମ୍ପତିଙ୍କୁ ଗିରଫ କଲା ଇଓଡବ୍ଳ୍ୟୁ