ଯବାନଙ୍କ ସର୍ଚ୍ଚ ଅପରେସନରେ ନକ୍ସଲଙ୍କ ଯୋଜନା ପଣ୍ଡ: ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ଜବତ

ରାଉରକେଲା ୧୪/୧୧: କିଛି ଦିନ ହେବ ନକ୍ସଲମାନଙ୍କ ଗତିବିଧି ବୃଦ୍ଧି ପାଇବା ସହ ଯବାନମାନଙ୍କୁ ଟାର୍ଗେଟ କରିବା ଲାଗି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିଲେ । ନକ୍ସଲଙ୍କ ଏହି ଯୋଜନାକୁ ଯବାନମାନେ ପଣ୍ଡ କରିବା ସହ ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ।

ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ (ଏସ୍‌ଡିଏସ୍‌) ଡିଭିଜନର ମୁଖ୍ୟ ଅମମୋଲ ହେମ୍ବ୍ରମ ଓରଫ ସମରଜୀଙ୍କ ନେତୃତ୍ୱରେ ନକ୍ସଲମାନେ ବିଭିନ୍ନ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଥିଲେ । ଏହି ଖବର ପାଇବା ପରେ ୧୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡାଣ୍ଟ ରାଜେଶ କୁମାର ଏବଂ ଏସ୍‌ପି କେ. ଶିବା ସୁବ୍ରମଣୀଙ୍କ ନିର୍ଦ୍ଦେଶ କ୍ରମେ ଯବାନ ଓ ବୋମା ନିଷ୍କ୍ରିୟ ଦଳ ଗତ ୧୧ ତାରିଖରୁ ଦକ୍ଷିଣ ଚମ୍ପାଝରଣ ସଂରକ୍ଷିତ ଜଙ୍ଗଲ, ବେତଝରଣ, ଗେଟିଝରଣ ଓ ଏହାକୁ ଲାଗି ରହିଥିବା ଗ୍ରାମଗୁଡ଼ିକରେ ସର୍ଚ୍ଚ ଅପରେସନ ଚଳାଇଥିଲେ ।

ଆଜି ସକାଳେ ଲାଠିକଟା ଥାନା ଅନ୍ତର୍ଗତ ଦକ୍ଷିଣ ଚରୁବେଡା ସଂରକ୍ଷିତ ଜଙ୍ଗଲରେ ଅପରେସନ ଚଳାଇଥିବା ବେଳେ ସେଠାରେ ନକ୍ସଲମାନେ ଲୁଚାଇ ରଖିଥିବା ୧ କିଲୋ ବିସ୍ଫୋରକ ପଦାର୍ଥ, ୪୦ ମିଟର ବିଦ୍ୟୁତ ତାର, ଜାପାନ ତିଆରି ଇନ୍‌ଟରସେଫ୍ଟର ସେଟ୍‌, ୪ଟି ଡେଟୋନେଟର ଓ ପିଠୁ ଜବତ କରାଯାଇଛି । ଯବାନମାନଙ୍କୁ ମାରିବା ଲାଗି ନକ୍ସଲମାନେ ଏହି ବିସ୍ଫୋରକ ପଦାର୍ଥ ରଖିଥିବା ସିଆରପିଏଫ୍‌ ପକ୍ଷରୁ କୁହାଯାଇଛି । ଘଟଣା ପରେ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ଅପରାଧୀକୁ ପାସ୍‌ପୋର୍ଟ ! ହୋଇଛି ମୋଟା ଅଙ୍କର କାରବାର, ତନାଘନା ଆରମ୍ଭ

ସରକାରୀ ଜାଗାକୁ ନେଇ ବିବାଦ: ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ଦୁଇ ଦୁଇଟି ସ୍ତ୍ରୀ ଓ ୨ଟି ସନ୍ତାନ ଥାଇ ଛାତ୍ରୀଙ୍କୁ ଧରି ‌ଡ୍ରାଇଭର ଫେରାର୍: ଅଭିଯୋଗ ପରେ ଯୁବକ ଗିରଫ