ସୁନାବେଡ଼ା ଅଭୟାରଣ୍ୟରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା ୩୦/୧: ମାଓବାଦୀ ନିରୋଧୀ ଅଭିଯାନରେ ନୂଆପଡ଼ାରେ ମୁତାୟନ ସିଆର୍‌ପିଏଫ୍‌କୁ ଆଜି ବଡ଼ ସଫଳତା ମିଳିଛି । ଆଜି ଅପରାହ୍ନରେ ସିଆର୍‌ପିଏଫ୍‌ ବାଟାଲିୟନ ୨୧୬ର ଏଫ କମ୍ପାନୀ ବୋଡ଼େନ ଥାନା ଭଇଁଷାଦାନୀ ନିକଟରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ଦୁଇଟି ବନ୍ଧୁକ ସହ ବହୁ ମରିମାଣର ଜିଲୋଟିନ, ଡିଟୋନେଟର, ବାରୁଦ ସହ ମାଓ ସାମଗ୍ରୀକୁ ଯବାନମାନେ ଜବତ କରିଥିବା ସୂଚନା ମିଳିଛି ।

ନୂଆପଡ଼ା ସିଆରପିଏଫ୍‌ ୨୧୬ ବ୍ୟାଟାଲିୟାନ କମାଣ୍ଡାଣ୍ଟ ରାଜେଶ ବତ୍ସଙ୍କ ନେତୃତ୍ୱରେ ବାଟାଲିୟନର ଏଫ କମ୍ପାନୀ ସୁନାବେଡ଼ା ଅଭୟାରଣ୍ୟର ବୋଡ଼େନ ଥାନା ଭଇଁଷାଦାନୀ କାଠଫାର ଅଞ୍ଚଳରେ କମ୍ବିଂ ଅପରେସନ କରୁଥିଲେ । ଆଜି ଅପରାହ୍ନ ୨ଟାରେ ସିଆରପିଏଫ୍‌ ଟିମ କାଠଫାର ଅଞ୍ଚଳରେ ପହଞ୍ଚିଥିଲେ । ପାହାଡ଼ ଉପରେ କମ୍ବିଂ ଅପରେସନ କରୁଥିବା ସମୟରେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । ସେଠାରେ ବହୁ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲେ ।

ସେଥିରେ ୨ଟି ବନ୍ଧୁକ, ୩୧ଟି ଜିଲୋଟିନ୍‌, ୨୫ଟି ଇଲେକ୍ଟ୍ରି ଡିଟୋନେଟର, ୨ଟି ଅଣଇଲେକ୍ଟ୍ରି ଡିଟୋନେଟର, ୭.୬୨ ଏମ୍‌ଏମ୍‌ର ୧୩ଟି ଜୀବନ୍ତ ଅମ୍ୟୁନେସନ, ଜୀବନ୍ତ ଗୁଳି ୭.୬୨ ଏମ୍‌ଏମ୍‌ର ୫ଟି, ଗୁଳି ଖୋକା ୭.୬୨ ଏମଏମ ୧୩ଟି, ଏକ୍ସାଇଡ ବ୍ୟାଟେରୀ ୧୨ ଭୋଲ୍ଟ ଗୋଟିଏ, ମୋବାଇଲ ଚାର୍ଯ୍ୟର, ଫ୍ଲେକ୍ସିବୁଲ ୱେର ୧୫ ମିଟର ଭଳି ବହୁ ମାଓ ସାମଗ୍ରୀ ସହ ରେସନ ସାମଗ୍ରୀ, ଔଷଧକୁ ଜବତ କରିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

‘ସୁନା କୂଅ’ର ଜଳ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର