PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆଜି ସରିବ ମାଓ ସହିଦ ସପ୍ତାହ, ରାଇଘର ଅଞ୍ଚଳରେ ଲାଗିଛି ପୋଷ୍ଟର

ରାଇଘର ୦୩/୦୮ : ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ସଂଗଠନ ସହ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଏହାର ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି । ମେନପୁର ଡିଭିଜନ୍‌ ପକ୍ଷରୁ ଏହି ପୋଷ୍ଟାର ଓ ବ୍ୟାନର ଲଗାଯାଇଥିବା ଏଥିରେ ଦର୍ଶାଯାଇଛି ।

ସୂଚନା ଅନୁସାରେ, ଉକ୍ତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୪୦ ନମ୍ବର ଜାତୀୟ ରାଜପଥ କଡରେ ପୋଷ୍ଟର ଓ ବ୍ୟାନରଗୁଡିକୁ ଦେଖିବାକୁ ମିଳିଛି । ମାଓବାଦୀଙ୍କ ସହିଦ ସପ୍ତାହ ସହ ସାମିଲ ହେବା, ଜଙ୍ଗଲ ଜମି ଅଧିକାରକୁ ସମର୍ଥନ ଜଣାଇବା ଓ ସଂଗଠନରେ ଯୋଗ ଦେବାକୁ ଏଥିରେ ଲୋକଙ୍କୁ ଆହ୍ୱାନ ଦିଆଯାଇଛି । ଗତ ଜୁଲାଇ ୨୮ ରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଗତ ୨୮ ରେ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁରୂପ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥିଲା । ସୀତାନଦୀ ଏରିଆ କମିଟି ସଂଗଠନ ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଥିଲା ।