ମାଓବାଦୀଙ୍କ ବିସ୍ପୋରଣ ଯୋଜନାକୁ ପଣ୍ଡ କଲେ ବିଏସଏଫ ଯବାନ: ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ

ଚିତ୍ରକୋଣ୍ଡା, ୨୩/୦୨ : ମାଓ ଯୋଜନା ପଣ୍ଡ। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। କମ୍ବିଂ ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରି ନଷ୍ଟ କଲା ବିଏସଏଫ।
ସୂଚନାନୁଯାୟୀ, କମ୍ବିଂ ଅପରେସନ ବେଳେ କଦଳିବନ୍ଧା ଗ୍ରାମର ପାହାଡ ନିକଟରେ ବିଏସଏଫ ଯବାନଙ୍କୁ ୧ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ବେଲ୍ଟ, ଔଷଧ, ମାଓ ପୋଷାକ, ସାବୁନ, ପାନିଆ ଓ ନିତିଦିନିଆ ବ୍ୟବହାର୍ଯ୍ୟ ଜିନିଷ ମିଳିଥିଲା। ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିଲେ। ଏହାପରେ ବିଏସଏଫ୍ ବମ୍ ସ୍କ୍ଵାଡ ପହଞ୍ଚି ବୋମା ନିଷ୍କ୍ରିୟ କରିଥିଲା। ତେବେ ଗତ କିଛି ଦିନ ହେବ ସ୍ଵାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନା ପଣ୍ଡ କରୁଛି ବିଏସଏଫ।