ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା, ୨ ଜଣଙ୍କୁ ମାଡ ମାରିଲେ ମାଓବାଦୀ…

ମାଲକାନଗିରି : ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ଖଜୁରିଗୁଡା ଗ୍ରାମର ଦାସ ଖେମୁଡି । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଖଜୁରିଗୁଡା ଗାଁରେ ପହଞ୍ଚି ଦାସ ଖେମୁଡି ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ଭାବେ ପିଟିଛନ୍ତି ।

ନକ୍ସଲ ମାନେ ବିଏସଏଫ ଜବାନଙ୍କୁ ଟାର୍ଗେଟ କରି ଗତକାଲି ଗୋରାସେତୁ ଗାଁ ନିକଟରେ ସାତଟି ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଜବାନ ମାନେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ ମଧ୍ୟ କରିଥିଲେ । ତେବେ ନକ୍ସଲ ପନ୍ଥିଙ୍କ ଏହି ଲ୍ୟାଣ୍ଡମାଇନ ସଂପର୍କରେ ଦାସ ଖେମୁଡି ପୋଲିସକୁ ଖବର ଦେଇଥିଲେ ବୋଲି ନକ୍ସଲ ମାନେ ଗାଁ ଲୋକଙ୍କୁ କହିଛନ୍ତି । ଘଟଣା ସ୍ଥଳରେ ବିଏସଏଫ ଜବାନ ପହଞ୍ଚି କମ୍ବିଂ  ଅପରେସନ ଆରମ୍ଭ କରିଥିବା ବେଳେ ଜୋଡାମ୍ବ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବେବଚ୍ଛେଦ ପାଇଁ ପଠାଇଛି ।