ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଛତିଶଗଡରେ ନକ୍ସଲ ଆକ୍ରମଣ, ୨ ଯବାନ ଶହୀଦ

ନୂଆଦିଲ୍ଲୀ,୨୮।୪: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ପୋଲିସ ଉପରେ ନକ୍ସଲ କରିଛନ୍ତି ଆକ୍ରମଣ। ଆକ୍ରମଣରେ ଦୁଇ ପୋଲିସ ଯବାନ ଶହୀଦ ହୋଇଯାଇଛନ୍ତି ଓ ଜଣେ ଗ୍ରାମବାସୀ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି।ବିଜାପୁର ଜିଲ୍ଲା ପୋଲିସ ଅଧିକାରୀ  ଶନିବାର ସୂଚନା ଦେଇ କହିଥିଲେ ଯେ ଜିଲ୍ଲାର ପାମେଣ୍ଡ ଥାନାରେ ନକ୍ସଲମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏଥିରେ ଅରବିନ୍ଦ ମିଞ୍ଜ ଓ ସୁକ୍କୁ ହପକା ଶହୀଦ ହୋଇଛନ୍ତି ଏବଂ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପାମେଡ ଥାନା ଅନ୍ତର୍ଗତ ତୋଗଗୁଡା ଶିବିର ଠାରୁ ଦୁଇ ପୋଲିସ କର୍ମଚାରୀ ଜଣେ ଗ୍ରାମବାସୀଙ୍କ ବାଇକରେ ଟିପ୍ପାପୁରମ ଆସିଥିଲେ। ଫେରିବା ବେଳେ ତୋଗଗୁଣ୍ଡା ନିକଟରେ ମାଓବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ଏହି ଘଟଣା ପରେ ସେଠାରୁ ନକ୍ସଲମାନେ ଫେରାର ହୋଇଯାଇଛନ୍ତି। ଘଟଣାର ସୂଚନା ମିଳିବା ପରେ ପୋଲିସର ଏକ ଟିମ୍ ସେଠାରେ ପହଁଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.