ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ମାଲକାନଗିରିରେ ଲୁଚିଛନ୍ତି ସବୁ ନକ୍ସଲ

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଏକାଠି ହୋଇଛନ୍ତି ୬ ଟି ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ । ଶୁକ୍ରବାର କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା ଓ ଝାଡ଼ଖଣ୍ଡର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ନିର୍ବାଚନ ପ୍ରସ୍ତୁତିର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ନିର୍ବାଚନ ସମୟରେ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା, କମ୍ବିଂ ଅପରେସନ୍‌, ଟଙ୍କା କାରବାର, ମଦ ଓ ଗଞ୍ଜେଇ ବେପାର ଓ ଅପରାଧୀଙ୍କ ଉପରେ ଅଧିକ ନଜର ଦେବାକୁ ଆଲୋଚନା ହୋଇଛି । ୬ ଟି ରାଜ୍ୟରେ ନିର୍ବାଚନ ସମୟରେ ଯେ କୌଣସି ଅଘଟଣ ଏଡ଼ାଇବାକୁ ଦିନ ତମାମ ଅଙ୍କ କଷିଛନ୍ତି ସଂପୃକ୍ତ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ।

୨୦୧୮ରେ ଆନ୍ଧ୍ର-ଓଡ଼ିଶା ସୀମାରେ ମାଓବାଦୀମାନେ ଘଟାଇଥିଲେ ବର୍ବରକାଣ୍ଡ । ଆନ୍ଧ୍ରରେ କ୍ଷମତାସୀନ ଟିଡିପି (ତେଲଗୁ ଦେଶମ୍‌ ପାର୍ଟି) ଦୁଇ ନେତାଙ୍କୁ ହତ୍ୟା କରିଥିଲେ ମାଓବାଦୀମାନେ । ସେବେଠାରୁ ସେମାନେ ଏବେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଲୁଚିଛନ୍ତି । କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଠାରୁ ଏହି ତଥ୍ୟ ମିଳିଛି । ଏହାପରେ ଓଡ଼ିଶା ପୁଲିସ୍‌କୁ ସୁରକ୍ଷା ଚିନ୍ତା ଘାରିଛି । ସାଧାରଣ ନିର୍ବାଚନ ସମୟରେ ମାଓ ଅଞ୍ଚଳକୁ ନେତାମାନେ ପ୍ରଚାର ପାଇଁ ଯିବେ । ସେମାନଙ୍କୁ ସୁରକ୍ଷା ଦେବାକୁ ଯବାନମାନେ ଯିବେ । ଏହି ସମୟରେ ମାଓବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି ବୋଲି ସୂଚନା ରହିଛି । ସେଥିପାଇଁ ଆଜିର ବୈଠକରେ ସୁରକ୍ଷା ନେଇ ଅଧିକ ଆଲୋଚନା ହୋଇଥିଲା । ଆସନ୍ତା ସପ୍ତାହରେ ସିଆରପିଏଫ୍‌ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯବାନମାନେ ଯିବାବେଳେ ଏସ୍‌ଓପିକୁ କଡ଼ାକଡ଼ି ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆନ୍ଧ୍ରପ୍ରଦେଶର ଅକ୍ଟୋପସ ଏବଂ ଗ୍ରେହାଉଣ୍ଡ ଟିମ୍‌ର ଏଡିଜି ନଳିନ ପ୍ରଭାତ ସୂଚନା ଦେଇଛନ୍ତି କହିଛନ୍ତି, ମାଓନେତା ଚଲପତି ଓ ତାର ସହଯୋଗୀମାନେ ଓଡ଼ିଶାର ଚିତ୍ରକୋଣ୍ଡାରେ ଲୁଚିଥିବେ । ସେମାନେ ପଟାଙ୍ଗୀ ବ୍ଲକ୍‌ ବାଘଡଙ୍ଗରିରେ ଥାଇପାରନ୍ତି । ଏପେଟେ ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚିତ୍ରକୋଣ୍ଡା ଯିବାର ସମ୍ଭାବନା କମ୍‌ ରହିଛି । କାରଣ ବିଏସ୍‌ଏଫ୍‌ର କ୍ୟାମ୍ପର ଭୟ ରହିଛି ମାଓବାଦୀଙ୍କୁ । ହେଲେ ବାଘଡଙ୍ଗରିରେ କୌଣସି ସୁରକ୍ଷା କର୍ମୀ ନାହାନ୍ତି । ମାଓବାଦୀମାନେ ସେଠାରେ ଥିବା । ତେବେ ଓଡ଼ିଶାରେ ହାର୍ଡକୋର ମାଓବାଦୀମାନେ ଲୁଚିଛନ୍ତି । ଓଡ଼ିଶା ପୁଲିସ୍‌ ସବୁ ଜାଣି ମଧ୍ୟ ଚୁପ୍‌ ବସିଛି । କୌଣସି ଅଘଟଣ ଘଟିବା ପରେ ଓଡ଼ିଶା ପୁଲିସର ମୁଣ୍ଡରେ ବୁଦ୍ଧି ଆସିବ ବୋଲି ଏଡିଜି ନଳିନୀ ପ୍ରଭାତ କହିଥିଲେ
ଏନେଇ ଗୃହ ବିଭାଗ ଅତିିରିକ୍ତ ମୁଖ୍ୟ ସଚିବ ଅସୀତ ତ୍ରିପାଠୀ କହିଛନ୍ତି, ନିର୍ବାଚନ ସମୟରେ ଏ ରାଜ୍ୟରୁ ସେ ରାଜ୍ୟକୁ ଟଙ୍କା ଯିବ । ଅପରାଧିକ କାର୍ଯ୍ୟକଳାପ ବଢ଼ିବ । କିଛି ଦିନ ତଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ସୀମାନ୍ତବର୍ତ୍ତୀ ସମସ୍ତ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଫିସରମାନଙ୍କ ସହିତ ଆଲୋଚନାରେ ଅନେକ ଫାଇଦା ମିଳିବ । ଝାଡ଼ଖଣ୍ଡ ଡିଆଇଜି କୁଲଦୀପ ଦ୍ୱିବେଦୀ କହିଛନ୍ତି, ଅନ୍ତଃରାଜ୍ୟ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇ ସବୁ ରାଜ୍ୟର ପୁଲିସଙ୍କୁ ଦିଆଯିବ । ଫଳରେ ସେମାନଙ୍କୁ ଧରିବା ସହଜ ହେବ । ଏଥିପାଇଁ ଗୁଇନ୍ଦା ବିଭାଗ ସହ ସମନ୍ୱୟ ରଖାଯିବ ।

ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଖାଲି ମାଓ ସମସ୍ୟା ନୁହେଁ, ନିର୍ବାଚନ ସମୟରେ ନେତାଙ୍କ ସୁରକ୍ଷା, ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ତା’ଛଡା ନିର୍ବାଚନ ସମୟରେ ନକଲି ଟଙ୍କା ଓ ବେଆଇନ୍‌ ମାରଣାସ୍ତ୍ର କାରବାର ହୋଇପାରେ । ଓଡ଼ିଶାରେ କେନ୍ଦ୍ରୀୟ ଫୋର୍ସ ସଂଖ୍ୟା କମ ରହିଛି । ସେ ନେଇ ଆମେ କେନ୍ଦ୍ର ସରକାରଙ୍କୁ ଜଣାଇବୁ । ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କେମିତି ସରିବ ସେ ନେଇ ଆମେ ସଜାଗ ରହିଛୁ ।

ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ଆଇଜି ଭିତୁଲ କୁମାର, ବିଏସ୍‌ଏଫ୍‌ ଆଇଜି ଏକେ ସିଂହ, ତେଲେଙ୍ଗାନା ଆଇଜି ଶ୍ରୀନିବାସ ରେଡ୍ଡି, ତେଲେଙ୍ଗାନା ଏସ୍‌ଆଇବି ଶ୍ରୀନିବାସୁଲୁ ବି, ପଶ୍ଚିମବଙ୍ଗ ଡିଆଇଜି ଦେବେନ୍ଦ୍ରପ୍ରକାଶ ସିଂହ, ଆଇଜି ତ୍ରିପୁରାରି ଅଥରଭା, ଝାଡ଼ଖଣ୍ଡ ଏଡିଜି ତଦଶା ମିଶ୍ର, ଗୋଇନ୍ଦା ବିଭାଗ ଡିଆଇଜି ଅମରେଶ ମିଶ୍ର, ଗୋଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ଏସ୍‌ଏପି ଏଡିଜି ଏମ୍‌କେ ଛାବ୍ରା, ସିଆଇଡି ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ରେଳବାଇ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏସ୍‌ସିଆର୍‌ବି ନିର୍ଦ୍ଦେଶକ ଡା ସୁଧାଂଶୁ ଷଡଙ୍ଗୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୀବ ପଣ୍ଡା, ଗୋଇନ୍ଦା ଆଇଜି ରାଧା କ୍ରିଷ୍ଣନ ଶର୍ମା, କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଏସ୍‌ଏପି ଅମିତାଭ ଠାକୁର, ଏସ୍‌ଆଇଡବ୍ଲ୍ୟୁ ଆଇଜି ଘନଶ୍ୟାମ ଉପଧ୍ୟାୟଙ୍କ ସମେତ ସମସ୍ତ ରେଞ୍ଜର ଡିଆଇଜି ଏବଂ ଅନ୍ୟ ବିରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.