ସରିଲା ମାଟ୍ରିକ ପରୀକ୍ଷା: ମାର୍ଚ୍ଚ ୧୮ରୁ ମୂଲ୍ୟାୟନ,ଖାତା ଦେଖିବେ ୧୫ହଜାର ଶିକ୍ଷକ ଶିକ୍ଷୟତ୍ରୀ

କଟକ ୨/୩: ଆଜି ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୧୮ରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ  ୬୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ତେବେ ମାଟ୍ରିକ ଖାତାକୁ ସଠିକ୍ ରୂପେ  ମୂଲ୍ୟାୟନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ତେବେ ମାଟ୍ରିକ ଖାତା ମୂଲ୍ୟାୟନ କରିବା ପାଇଁ ୧୫ହଜାରରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିୟୋଜିତ ହେବେ।

ଉଲ୍ଲେଖଯୋଗ୍ୟ ଯେ,  ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା  ଆରମ୍ଭ ବେଳେ ଆଜି ମାଟ୍ରିକ ପରୀକ୍ଷା ସମାପ୍ତ ହୋଇଛି । ଚଳିତ ବର୍ଷ ମୋଟ୍ ୨ ହଜାର ୭୬୩ଟି କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩୦୭ଟି ନୋଡାଲ୍‍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଥିଲା । ପରୀକ୍ଷା ଠିକଣା ଭାବେ ପରିଚାଳନା  ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ତ୍ରୀସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଫାଇଙ୍ଗ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା । ସେହିପରି ପରୀକ୍ଷା ସମୟରେ ବିଭିନ୍ନ ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କେଉଠି ସିସିଟିଭି ଭାଙ୍ଗିଥିଲେ, ତ କେଉଠି ନୋଡାଲ ସେଣ୍ଟରରେ ନିଆଁ ଲାଗିଯାଇଥିଲା । ତେବେ କପି କରି ମଧ୍ୟ କିଛି ପରୀକ୍ଷାର୍ଥୀ  ଏମି ହୋଇଥିବା ନଜକୁ ଆସିଥିବା ବେଳେ ପ୍ରଥମ ଦିନରେ ପ୍ରଶ୍ନ ପତ୍ର ଭାଇରାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭ୍ରାଟ୍ ସୃଷ୍ଟି କରିଥିଲେ । କିନ୍ତୁ ଏହାକୁ ବୋର୍ଡ ପକ୍ଷରୁ ଖଣ୍ତନ କରାଯାଇଥିଲ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର