ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ବୁୟେନସାରିସ୍‌- କିମ୍ବଦନ୍ତୀ ଫୁଟ୍‌ବଲ୍‌ ଖେଳାଳୀ ଡିଏଗୋ ମରାଡୋନାଙ୍କୁ ଏକ ପ୍ରକାର ହତ୍ୟା କରାଯାଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି। ଅଦାଲତଙ୍କ ଆଦେଶ ପରେ ଏବେ ବୁୟେନସାରିସ୍‌ରେ ପୁଲିସ୍‌ ଏ ଦିଗରେ ତଦନ୍ତ କରୁଛି । ଏ ନେଇ ମାରାଡୋନାଙ୍କ ଡାକ୍ତରଙ୍କୁ ପଚରାଉଚାର କରାଯାଇଛି । ମନାରାଡୋନାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଅଣଦେଖା କରାଯାଇଥିବା କଥା ଅଭିଯୋଗ ହୋଇଛି । ମାରାଡୋନାଙ୍କର କିଛି ଦିନ ତଳେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତରଖାନାରେ କିଛିଦିନ ରହିବା ପରେ ସେ ଘରକୁ ଫେରିଥିଲେ ।

ତାଙ୍କର ମୃତ୍ୟୁ ଦିନ ସକାଳେ ସେ ଅସୁସ୍ଥ ଏବଂ ଦୁର୍ବଳ ଅନୁଭବ କରୁଥିବା ତାଙ୍କର ସମ୍ପର୍କୀୟ ପୁତରାଙ୍କୁ କହିଥିଲେ । ସକାଳ ଜଳଖିଆ ଖାଇବା ପାଇଁ ସେ ତାଙ୍କ ଶୟନ କକ୍ଷରୁ ତଳକୁ ଆସିଥିଲେ । ଖାଇବା ପରେ ସେ ତାଙ୍କ କୋଠରୀକୁ ବିଶ୍ରାମ ନେବା ପାଇଁ ଯାଇଥିଲେ । ପରେ ପ୍ରାୟ ୧୨ଟା ୩୦ ସମୟରେ ତାଙ୍କ ନର୍ସ ତାଙ୍କ କୋଠରୀକୁ ଯାଇଥିଲେ । ଏହି ସୟମରେ ସେ ଚେତାଶୂନ୍ୟ ହୋଇଥିବା ଦେଖିବା ପାଇଁ ପାଇଥିଲେ । ସେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ମାତ୍ର ପ୍ରାୟ ଅଧଘଣ୍ଟା ଡେରିରେ ଆମ୍ବୁଲାନ୍ସ ଆସିଥିଲା । ଡାକ୍ତରଖାନାରେ ପହଞ୍ଚିବା ବେଳେକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାର ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁର ପ୍ରକୃତ ତଥ୍ୟ ଜଣା ପଡିବା ବୋଲି କୁହାଯାଉଛି । ମାରାଡୋନାଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ଫୁଟବଲ୍‌ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ଆର୍ଜେଣ୍ଟିନାକୁ ବିଶ୍ୱ ବିଜେତା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଗତ ବୁଧବାରରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ତା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ଡାକ୍ତର ଲିଓପେଡେ ତାଙ୍କର ଚିକିତ୍ସା କରୁଥିଲେ । ସେ ଚିକିତ୍ସାରେ ଅବହେଳା କରିଥିବା ଏବଂ ଏହା ମାରାଡୋନାଙ୍କ ମୃତ୍ୟୁର କାରଣ ହୋଇଥିବା କୁହାଯାଉଛି ।
ମାରାଡୋନାଙ୍କ ଓକିଲ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏବେ ବୁୟେନସାରିସ୍‌ରେ ପୁଲିସ ମାରାଡୋନାଙ୍କ ବ୍ୟକ୍ତଗତ ଡାକ୍ତରଙ୍କୁ ପଚରାଉଚରା କରିବା ସହ ତାଙ୍କ ଘରେ ବିଭିନ୍ନ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଛନ୍ତି ।