PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପାହାଳ: ମାର୍ବଲ ଦୋକାନ ସିକ୍ଯୁରିଟି ଗାର୍ଡଙ୍କୁ ପିଟିପିଟି ହତ୍ଯା, ମାଲିକଙ୍କ ସମ୍ପୃକ୍ତି ଅଭିଯୋଗ

ଭୁବନେଶ୍ୱର ୨୮/୩: ସିକ୍ଯୁରିଟି ଗାର୍ଡକୁ ପିଟି ପିଟି ହତ୍ଯା କଲେ ଦୁର୍ବୃତ୍ତ । ରାଜଧାନୀ ଉପକଣ୍ଠ ପାହାଳରେ ଘଟିଛି ଏଭଳି କାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏନଏଚ୍ ୫ କଡରେ ଥିବା ସାରଳା ମାର୍ବଲ୍ସ ଦୋକାନର ସିକ୍ଯୁରିଟି ଗାର୍ଡକୁ ପିଟିପିଟି ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଉଛନ୍ତି ଗବବସ୍ତ ଗାଁର ଗଦାଦର ସ୍ୱାଇଁ । ଆଜି ସକାଳେ ଦୋକାନରେ ଥିବା ମେସର ରୋଷେଇ ଘରୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରାଯାଇଛି ।

ଖବର ପାଇବା ପରେ ଗଦା ସ୍ବାଇଁଙ୍କ ପରିବାର ଓ ଗାଁଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାରଳା ମାର୍ବଲର ମାଲିକ ନପହଞ୍ଚିବା ପର୍ଯ୍ୟନ୍ତ ଶବ ଛାଡିବେ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରି ବସିଛନ୍ତି । ମୃତ ଗଦାଙ୍କ ଗାଁ ଓ ପରିବାରଲୋକେ କଟକ-ଭୁବନେଶ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ବନ୍ଦ ରଖିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ ମୃତ ଗଦାଧର ସ୍ବାଇଁ ପୁଅ ପ୍ରଦୀପ ସ୍ବାଇଁ କହିଛନ୍ତି ଯେ, ଏହି ହତ୍ୟା ଘଟଣା ପଛରେ ମାର୍ବଲ ଦୋକାନର ମାଲିକଙ୍କ ସଂପୃକ୍ତି ରହିଥିବା ସେ ସନ୍ଦେହ କରୁଛନ୍ତି ।  ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।