PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା: ଆଜିଠୁ ଶେଷ ପର୍ଯ୍ୟାୟ ଫର୍ମ ପୂରଣ

ଭୁବନେଶ୍ୱର ୨୩/୧୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଅର୍ଥାତ୍‌ ହାୟର ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ତେବେ ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଶେଷ ପର୍ଯ୍ୟାୟ ଫର୍ମ ପୂରଣ ଆରମ୍ଭ ହେବ । ଯାହା ୨୪ ତାରିଖରେ ସରିବ ।

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକର ଉଭୟ ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । ୨୦୨୦ ବାର୍ଷିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ ଫି’ ସମେତ ଅଧିକ ୩୫୦ଟଙ୍କା ଜୋରିମାନା ଦେଇ ଫର୍ମ ପୂରଣ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଜାନୁଆରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ହେଲେ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପରିଷଦ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇନଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

ସିବିଏସଇ ଓ ଆଇସିଏସଇ ବୋର୍ଡ଼ ପକ୍ଷରୁ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସୂଚୀ ବାହାରି ସାରିଥିବା ବେଳେ ପରିଷଦ ମଧ୍ୟ ତୁରନ୍ତ ପରୀକ୍ଷା ତାରିଖ ଘୋଷଣା କରୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ଫର୍ମପୂରଣ ପରେ ଆଡମିଟ୍‌ କାର୍ଡ ସାମ୍ସ ଓଡ଼ିଶା ୱେବସାଇଟ୍‌ରେ ଉପଲବ୍ଧ ହେବ । ପ୍ରତି କଲେଜର ଅଧ୍ୟକ୍ଷ ୱେବସାଇଟ୍‌ରୁ ନିଜ ପିଲାଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବେ । ଏହା ପରେ କାର୍ଡରେ ଦସ୍ତଖତ କରି ପିଲାଙ୍କୁ ଦେବେ ବୋଲି ପରିଷଦର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ନିୟନ୍ତ୍ରଣ କରାଯିବ । ପରୀକ୍ଷା ପରିଚାଳନାକୁ ଜଗିବେ ସିସିଟିଭି ଓ ମନିଟର୍‌ । ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରର ପ୍ରତି ରୁମ୍‌ରେ ଲାଗିବ ସିସିଟିଭି । ଆଉ ଏହି ବ୍ୟବସ୍ଥାର ସଫଳତା ପାଇଁ ରିମୋର୍ଟ ଆକ୍ସେସ୍‌ କନେକ୍ଟିଭିଟି(ଆରଏସି) କାମ କରିବ । ଫଳରେ କପିକୁ ରୋକାଯାଇପାରିବ ବୋଲି ପରିଷଦ ଅଧିକାରୀ କହିଛନ୍ତି । ତେବେ ଆରଏସି ଦ୍ୱାରା ପରୀକ୍ଷା ପରିଚାଳନା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ । ଯାହା ଦ୍ୱାରା ଅଧିକ ସଂଖ୍ୟକ ସ୍କ୍ୱାର୍ଡ଼ ନିଯୁକ୍ତି କରିବାକୁ ପଡିବ ନାହିଁ ।

ଏପରିକି ପରିଷଦର ମୁଖ୍ୟାଳୟରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସ୍କ୍ୱାର୍ଡ଼ ଯିବା ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ କମିବ । ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରିତ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ମନିଟରିଂ ସିଷ୍ଟମ୍‌ ରହିବ । ତେବେ ପରିଷଦର ମୁଖ୍ୟାଳୟରେ ୨୫୦ ମନିଟର୍‌ ରହିବ । ସିସିଟିଭିରେ ଉତ୍ତୋଳନ ହେଉଥିବା ଚିତ୍ର ଏହି ମନିଟର୍‌ରେ ଦେଖିହେବ । କୌଣସି ସ୍ଥାନରେ ସନ୍ଦେହଜନକ ସ୍ଥିତି ଦେଖିଲେ ତୁରନ୍ତ ପଦକ୍ଷେପ ନିଆଯିବ । ୧୧ଶହ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।