ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

marcos

ନୂଆଦିଲ୍ଲୀ- ଚୀନ୍‌ର ଧୋକା ଦିଆ କାମ ଯୋଗୁଁ ଭାରତୀୟ ସେନା ଏବେ ଲଦାଖରେ ଅଧିକ ସତର୍କ ହୋଇଯାଇଛି । ଭାରତର ବିଭିନ୍ନ ସୈନିକ ପୋଷ୍ଟ କବ୍‌ଜା କରିବା ପାଇଁ ଚୀନ୍‌ ଅସଫଳ ଚେଷ୍ଟା କରିଥିଲା । ଏଥିରେ ଭାରତର ୨୦ ଜଣ ଜବାନ୍‌ ସହିଦ ହୋଇଥିଲେ । ଚୀନ୍‌ର ୪୦ରୁ ଅଧିକ ସୈନିକ ମୃତାହତ ହୋଇଥିଲେ । ଚୀନ୍‌ ଏହାର ସଂଖ୍ୟାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଚୀନ୍‌ ବାରମ୍ବାର ଲଦାଖ ସୀମାରେ ରନ୍‌ ଓ୍ୱେ, ଯୁଦ୍ଧ ବିମାନ ଘାଟୀ ସୈନ୍ୟ ପୋଷ୍ଟ ନିର୍ମାଣ କରିଥିଲା । କମାଣ୍ଡର ସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଚୀନ୍‌ ପଛକୁ ହଟିବା ପାଇଁ କୁଣ୍ଠାବୋଧ କରିଥିଲେ । ଏହାପେର ଭାରତ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେଠାରେ ନାଭି ସିଲ୍‌ ବା ମାର୍କୋସ୍‌ କମାଣ୍ଡର ମାନଙ୍କୁ ମୁତୟନ କରାଯାଇଛି । ଏହି କମାଣ୍ଡୋମାନେ ଜଳ ସ୍ଥଳ ଆକାଶ ସବୁଥିଲେ ଆକ୍ରମଣ କରିବା ଏବଂ ଶତ୍ରୁର ଆକ୍ରମଣକୁ ପ୍ରତିହତ କରିବାରେ ବେଶ୍‌ ସଫଳ ।

ଏବେ ବି ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦ ଲାଗି ରହିଛଇ । ଦୁଇ ଦେଶର ୫୦ ହଜାରୁର ଅଧିକ ସୈନ୍ୟ ମୁହାଁ ମୁହିଁ ପରିସ୍ଥିତିରେ ସାମ୍ନା ସାମ୍ନି ଛିଡା ହୋଇଛନ୍ତି । ଚୀନ୍‌ ଉତ୍ତେଜନା କମ୍‌ କରିବା ପାଇ କହୁଥିବା ବେଳେ ଉତ୍ତେଜନା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି । ଚୀନ୍‌ ଏବେ ଆର୍ଥିକ ଅବସ୍ଥା ଦୁର୍ବଳ ହେବା ପାଇଁ ଯାଉଥିବା ବେଳେ ବିଭିନ୍ନ ପଡୋଶୀ ଦେଶର ସୀମା ମଧ୍ୟରେ ଅନଧିକାର ଜବର ଦଖଲ କରୁଛି । ବାରମ୍ବାର ଉତ୍ତେଜନା ମୂଳକ ପଦକ୍ଷେପ ଗ୍ରହଣ କରୁଥିବାରୁ ସୀମାରେ ମାର୍କୋଜ୍‌ କମାଣ୍ଡୋ ମୁତୟନ କରାଯାଇଛି ।

ଲଦାଖରେ ଥିବା ପାଙ୍ଗୋଙ୍ଗ୍‌ ହ୍ରଦ ଉପରେ ଦୁଇ ଦେଶର ଅଧିକାର ରହିଛି । ପୂର୍ବରୁ ବାୟୁସେନାର ଗରୁଡ କମାଣ୍ଡୋ ଏବଂ ସେନାର ପାରାସ୍ପେଶିଆଳ୍‌ ଫୋର୍ସକୁ ମୁତୟନ କରାଯାଇଛି । ଏବେ ପୂର୍ବ ଲଦାଖରେ ଚୀନ୍‌ ସହ ଉତ୍ତେଜନା ହ୍ରସ କରିବା ପାଇଁ କଥାବାର୍ତ୍ତା ଜାରି ରହିଛି ।

ପଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ମାର୍କୋସ କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି । ଏମାନେ ପାଣି ଭିତରେ ଲଢିବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଛନ୍ତି । ଏବେ ଚୀନ୍‌ ଫିଙ୍ଗର ପଏଣ୍ଟ ୪ ଏବଂ ୮କୁ ଅଧିକାର କରି ରଖିଛି । ସେଠାରେ ଯୁଦ୍ଧର ସମ୍ଭାବନା ଥିବାରୁ ପୂର୍ବରୁ ସେନା ଏବଂ ବାୟୁସେନାର କମାଣ୍ଡୋ ପ୍ରସ୍ତୁତ ହୋଇ ରହିଛନ୍ତି । ମାର୍କୋସ କମାଣ୍ଡୋ ପାଣି ଭିତରେ ରହି ଆକ୍ରମଣ କରିପାରିବେ ।