
ଢେଙ୍କାନାଳ- ଦିନେ ବେଶ୍ ହସ ଖୁସୀରେ କଥା ହେଉଥିଲେ । ସମ୍ପର୍କ ବି ଥିଲା । ହେଲେ ମୃତ୍ୟୁ ପରେ ସେହିମାନେ ମୁହଁ ମୋଡି ଦେଲେ । ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଯୋଗୁଁ ଜଣେ ମହିଳାଙ୍କ ଶବ ଦୀର୍ଘ ସମୟ ଧରି ପଡି ରହିଥିଲା । ଏହାପରେ ହେଲ୍ପିଙ୍ଗ୍ ହ୍ୟାଣ୍ଡ ଯୁବ ସଙ୍ଗଠନର ସଦସ୍ୟମାନଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କର ଶବ ସତ୍କାର କରାଯାଇଛି । ଢେଙ୍କାନାଳ ସୁଗାର ମିଲସ୍ ପରିସରରେ ଏହି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଥିଲା ।
ବିଣାପାଣି ଦତ୍ତ ଏବଂ ତାଙ୍କ ଭାଇ ଦୀର୍ଘ ଦିନ ଧରି ସୁଗାର ମିଲସ୍ ପରିସରରେ ରହିଆସୁଛନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ବୀଣାପାଣିଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପଡୋଶୀମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସି ନଥିଲେ । ଦୀର୍ଘ ସମୟ ଧରି ବୀଣାପାଣିଙ୍କର ମୃତ ଦେହ ପଡି ରହିଥିଲା । ବୀଣାପାଣିଙ୍କ ଭାଇ ଅସହାୟ ହୋଇ ପଡିଥିଲେ । ହେଲ୍ପିଙ୍ଗ ହ୍ୟାଣ୍ଡସ୍ର ସଦସ୍ୟମାନେ ବୀଣାପାଣିଙ୍କର ଶବ ସତ୍କାର କରିଥିଲେ ।
ପରେ ହିନ୍ଦୀ ରୀତି ନୀତି ଅନୁସାରେ ଶବ ସତ୍କାର କରାଯାଇଥିଲା । ଏହି ଯୁବକମାନଙ୍କର ମାନବିକତାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।