ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଘରେ ପାଳିଛନ୍ତି ୨ଟି ପୋଷା ଛେଳି, ନାମ ରଖିଛନ୍ତି ଏମିତି ଷ୍ଟାଇଲିସ୍ ଯେ ଆପଣ ମଧ୍ୟ କମେଣ୍ଟ ଦେବାକୁ ବାଧ୍ୟ ହେବେ…

ନୂଆଦିଲ୍ଲୀ: ଫେସବୁକ୍ ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ତାଙ୍କ FB ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।  ଯେଉଁଥିରେ ସେ ତାଙ୍କର ଦୁଇଟି ପୋଷା ଛେଳିର ଫଟୋ ସେୟାର କରିଛନ୍ତି । ମାର୍କ ଜୁକରବର୍ଗ ସେହି ଦୁଇଟି ଛେଳିର ନାମ ମଧ୍ୟ ଦେଇଛନ୍ତି । ଉଭୟଙ୍କ ନାମ ଏତେ ଷ୍ଟାଇଲିସ୍ ରଖିଛନ୍ତି ଯେ ଲୋକମାନେ ତାଙ୍କ ପୋଷ୍ଟରେ କଡ଼ା ମନ୍ତବ୍ୟ ଦେଉଛନ୍ତି ।

ମାର୍କ ଜୁକରବର୍ଗ ଏହି ପୋଷ୍ଟକୁ ତାଙ୍କ ଫେସବୁକ୍ ପେଜ୍‌ରେ  ୧୧ ମଇରେ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ତାଙ୍କ ପୋଷା ଛେଳିର ନାମ ମ୍ୟାକ୍ସ ଏବଂ ବିଟ୍‌କଏନ୍ ରଖିଥିଲେ । ଏହା ପରେ ଲୋକମାନେ ଏହି ପୋଷ୍ଟକୁ ଟ୍ରୋଲ କରିବା ଆରମ୍ଭ କଲେ ଯେ କିଏ ଏହିପରି ଛେଳି ରଖନ୍ତି । କେବଳ ଏତିକି ନୁହେଁ, କିଛି ସମୟ ପରେ ବିଟକଏନ୍ ନିବେଶକମାନେ ମଧ୍ୟ ଏହି ପୋଷ୍ଟରେ କଡ଼ା ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।

କ୍ରିପ୍ଟୋକରେନ୍ସି ବିଟକଏନ୍ ବିନିଯୋଗ କରି ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି । ଫଟୋରେ ଏହି ଦୁଇଟି ଛେଳି ଘାସ ଉପରେ ଠିଆ ହୋଇଥିବାର ଦେଖାଯାଉଛି । ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ପୋଷ୍ଟଟି ଗୋଟିଏ ଦିନରେ ୧ ମିଲିୟନରୁ ଅଧିକ ଲାଇକ୍ ଏବଂ ୨ହଜାରରୁ ଅଧିକ ମନ୍ତବ୍ୟ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.