PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ହୋଲସେଲ୍ ମାର୍କେଟ ୪ ଦିନ ସଟ୍‌ଡାଉନ୍‌

ସମ୍ବଲପୁର ୬/୦୮: ଦିନକୁ ଦିନକୁ ସମ୍ବଲପୁର ସହରରେ କରୋନା ସଂକ୍ରମଣକୁ ବଢିବାରେ ଲାଗିଛି ।ଦୋକାନ ବଜାର ଓ ମଲ୍ ଖୋଲିଯିବା ପରେ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସମ୍ବଲପୁର ମୁଖ୍ୟ ହୋଲସେଲ୍ ମାର୍କେଟକୁ ଖେତରାଜପୁର ମର୍ଚେଣ୍ଟ ଆସୋସିଏସନ ବା ବଣିକ ସଂଘ ପକ୍ଷରୁ ସଟ୍‌ଡାଉନ୍ କରିବା ପାଇଁ ବଡ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ଆସନ୍ତା ୯ ତାରିଖ ଯାଏଁ ଚାରିଦିନ ଖେତରାଜପୁରର ହୋଲସେଲ୍ ମାର୍କେଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ମୁତାବିକ, ଆଜିଠୁ ଅଗଷ୍ଟ ୯ ତାରିଖ ଯାଏଁ ଚାରିଦିନ ପାଇଁ ଖେତରାଜପୁରର ହୋଲସେଲ୍ ମାର୍କେଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସହରରେ କଳାବଜାର ଆରମ୍ଭ ହୋଇଯାଇଛି । ସମ୍ବଲପୁର ସହରର ତଥା ଜିଲ୍ଲା ପାଇଁ ଖେତରାଜପୁର ଏକମାତ୍ର ବଡ ହୋଲସେଲ୍ ସାଙ୍ଗକୁ ମୁଖ୍ୟ ମାର୍କେଟ । ତେଣୁ ଏଠାକାର ବେପାର ସହର ଓ ଜିଲ୍ଲାରେ ପ୍ରଭାବ ପକାଇଥାଏ । ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ଛୋଟ ଛୋଟ ବ୍ୟବସାୟୀ ଅତ୍ୟାବଶକୀୟ ସାମଗ୍ରୀ କିଣି ଷ୍ଟକ ରଖିଛନ୍ତି ।

ତେବେ ଏହି ଚାରିଦିନ ପାଇଁ ସାମଗ୍ରୀ ଚଢା ଦରରେ ବିକ୍ରି ହେବ  ବୋଲି ଅନୁମାନ କରାଯାଉଛି । ସମ୍ବଲପୁର ଖେତରାଜପୁରକୁ ନାସିକରୁ ପିଆଜ, ପଶ୍ଚିମବଂଗରୁ ଆଳୁ ସିଧାସଳଖ ଆସିଥାଏ । ଖେତରାଜପୁରରୁ ରିଟେଲର୍ ମାନଙ୍କୁ ଦିଆଯାଏ । କେବଳ ଯେ ଆଳୁ ପିଆଜ ନୁହେଁ, ତେଲ, ଲୁଣ, ଡାଲି, ଚାଉଳ, ଚିନି ଇତ୍ୟାଦି ନିତ୍ୟବ୍ୟବହାର ସାମଗ୍ରୀର ବଡ ହୋଲସେଲ ବ୍ୟବସାୟୀ ରହିଛନ୍ତି ଖେତରାଜପୁର ମାର୍କେଟରେ । ତେବେ ମାର୍କେଟ ୪ ଦିନ ବନ୍ଦ ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପକାଇବା । ଏହାସହିତ କଳାବଜାର ବଢିବା ଅନୁମାନ କରାଯାଉଛି।