ଓଡ଼ିଆ ଝିଅକୁ ବାହା ହେବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ବଲାଙ୍ଗିର ଆସି ଠକେଇର ଶିକାର ଦୁଇ ଯୁବକ -ଥାନା ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷାକଲେ ଯୁବତୀ

ବଲାଙ୍ଗିର: ‘ମୁଁ ବାହା ହୋଇଥାନ୍ତି, ସେଇ ଯୁବକଙ୍କୁ ଦେଖି ପସନ୍ଦ ମଧ୍ୟ କରିଥିଲି । ନିର୍ବନ୍ଧ ପରେ ବାହାଘର ମଧ୍ୟ ହୋଇଥାନ୍ତା । ହେଲେ ଏହାରି ଭିତରେ ଯେ ଟଙ୍କା କାରବାର ହୋଇଛି, ସେ ସମ୍ପର୍କରେ ମୁଁ କିଛି ଜାଣିନାହିଁ । କାହାକୁ, କିଏ ଏବଂ କେଉଁଥିପାଇଁ ଟଙ୍କା ଦେଇଥିଲା । ସେସମ୍ପର୍କରେ ମୁଁ ସଂପୂର୍ଣ୍ଣ ଅଜ୍ଞ । ମୋତେ ବିଶ୍ୱାସ କରନ୍ତୁ, ମୁଁ କିଛିଜାଣିନି, ମୋର ଫଟୋକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଇ କେବଳ ବଦନାମ କରାଯାଉଛି ।’ ଓଡ଼ିଆ ଝିଅକୁ ବାହା ହେବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ବଲାଙ୍ଗିର ଆସି ଠକେଇର ଶିକାର ହୋଇଥିବା ଦୁଇଜଣ ଯୁବକଙ୍କ ଘଟଣାକୁ ଇତିମଧ୍ୟରେ ୩ଦିନ ବିତିଛି ।

ଏହି ଚର୍ଚ୍ଚିତ ବାହାଘରର ‘କନିଆଁ’ ଆଜି ପୁଲିସ ସାମ୍ନାକୁ ଆସି ପୁଲିସ ଆଗରେ ଉପରୋକ୍ତ ବୟାନ ଦେଇଛନ୍ତି । ସେ ଆଜି ତାଙ୍କ ବଡ଼ ଭଉଣୀ ସହ ଆଦର୍ଶ ଟାଉନ ଥାନାର ଦ୍ୱାରସ୍ଥ ହୋଇ ବାହାଘର ଘଟଣାକୁ ସ୍ୱୀକାର କରିଥିଲେ । ଏପରିକି ସେ ବାହା ହେବାକୁ ରାଜି ଥିଲେ । କିନ୍ତୁ ସେଥିରେ କଣ ପାଇଁ ଟଙ୍କା କାରବାର ହୋଇଛି, ସେସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ଓଲଟା ତାଙ୍କୁ ଦୁଇଦିନ ହେଲା ବିଭିନ୍ନ ମାଧ୍ୟମରେ ବଦନାମ କରାଯାଉଥିବାରୁ ସେ ପୁଲିସ ଆଗରେ ନ୍ୟାୟ ମାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାଅନୁସାରେ, ବର ଏବଂ କନିଆଁ ଦୁହେଁ ବାହାଘର ପାଇଁ ପ୍ରସ୍ତୁତ ଥିଲେ, ବର ପାଖରେ ଦୁଇଟି ପର୍ଯ୍ୟାୟରେ ଦଲାଲଙ୍କୁ ୭୦ହଜାର ଟଙ୍କା ଦେବାର ଅନଲାଇନ ଚାଲାଣ ମଧ୍ୟ ରହିଛି ।

ତେଣୁ ଏହି ବାହାଘରରେ ଦଲାଲ ସାଜିଥିବା ଦୀପକ ମିଶ୍ର ଏବଂ ତାର ଅନ୍ୟଜଣେ ସମ୍ପର୍କିୟ ହିଁ ବାହାଘର ଆଳରେ ଯୋଜନାବଦ୍ଧ ଠକେଇ କରି ଫେରାର ମାରିଥିବା ପୁଲିସ ସନ୍ଦେହ କରୁଛି । ଗତକାଲି ଦିନତମାମ ପୁଲିସ ଦୀପକ ଏବଂ ତାର ସମ୍ପର୍କିୟର ବିଭିନ୍ନ ଠିକଣାରେ ଚଢ଼ଉ କରିଛି । କିନ୍ତୁ ଦୁହେଁ ଫେରାର ଥିବାରୁ ପୁଲିସ ଖାଲି ହାତରେ ଫେରିଆସିଛି । ସେପଟେ ଠକେଇର ଶିକାର ହେବା ପରେ ରାଜଭାନ ପାଲ ଏବଂ କିଶୋରୀଲାଲ ଟଙ୍କା ହରାଇ ଏବେ ଏଠିସେଠି ଘୂରିବୁଲୁଛନ୍ତି । ସେମାନଙ୍କ ପାଖରେ ଖାଇବାକୁ ଏବଂ ରହିବାକୁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ସେମାନେ ମାମଲାର ଫଇସଲା ହେବା ପର୍ଯ୍ୟନ୍ତ ଥଇଥାନ ଏବଂ ଆର୍ଥିକ ସହାୟତା ପାଇଁ ବିଭିନ୍ନ ସାମାଜିକ ସଂଗଠନର ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠେ, ବାହାଘର ଅ । ଳ େ ର ଟଙ୍କା ଠକେଇ ପ ୍ର ସ ଙ୍ଗ େ ର କେବଳ ଦଲାଲ ଏବଂ ତାଙ୍କ ସମ୍ପର୍କିୟ ସାମିଲ ରହିଛନ୍ତି ନାଁ ଯୁବତୀ ଓ ତାଙ୍କ ବଡ଼ଭଉଣୀ ? ଯୁବତୀଙ୍କ ବଡ଼ ଭଉଣୀ ବଲାଙ୍ଗିର ସହରରେ ହିଁ ରହୁଥିବା ବେଳେ ଝିଅ ଦେଖା ପାଇଁ ଦଲାଲ ଲଳିତ ନଗରର ଅନୀତା ରାଉତଙ୍କ ଘରକୁ କାହିଁକି ବ୍ୟବହାର କରାଯାଇଥିଲା? ଯଦି ବାହାଘର ପୂର୍ବଦିନ ବାହା ହେବା ପାଇଁ ସମୟ, ସ୍ଥାନ ସ୍ଥିର ହୋଇ ସେମାନଙ୍କୁ ସେଠାରେ ପହଞ୍ଚିବାକୁ କୁହାଯାଇଥିଲା, ତେବେ କନିଆଁ ପକ୍ଷ କାହିଁକି ସେଦିନ ପହଞ୍ଚିନଥିଲେ । ଏଭଳି ଅନେକ ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଆଗେଇଥିବା ବେଳେ ଦୁଇ ଦଲାଲ ଏବେ ମଧ୍ୟ ଫେରାର ରହିଛନ୍ତି । ପ୍ରକାଶ ଯେ, ବାହା ହେବାକୁ ଆସି ଦୁଇ ଯୁବକ ଠକେଇର ଶିକାର ହେବା ପରେ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୁଲିସ ଠକେଇ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀଙ୍କ ସୂଚନା ଅନୁସାରେ ପୁଲିସ ଲଲିତ ନଗର ଯାଇ ବିବାହ ସ୍ଥିର ହୋଇଥିବା ଘରେ ଗତକାଲି ଚଢ଼ଉ କରିଥିଲା । ସେଠାରୁ ଅନୀତା ରାଉତ ନାମକ ଜଣେ ମହିଳାଙ୍କୁ ଆଣି ପଚରାଉଚରା କରିବା ପରେ ସେ ଦୀପକର ଘର ଦେଖାଇଥିଲା । ତା’ପରେ ଯୁବକ ଦ୍ୱୟ ଯେଉଁ ଝିଅକୁ ବାହା ହୋଇଥାନ୍ତେ ଆଜି ସେ ଥାନା ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।