PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କରୋନା କାଳରେ ବୁଝି ବିଚାରି କରନ୍ତୁ ବିବାହ କାର୍ଯ୍ୟକ୍ରମ, ନିୟମ ଉଲ୍ଲଙ୍ଘନ କଲେ ଗଣିବେ ଲକ୍ଷେ ଟଙ୍କା ଫାଇନ୍

ଜୟପୁର, ୦୨/୦୬ : କରୋନା କାଳରେ ବୁଝି ବିଚାରି ଆୟୋଜନ କରନ୍ତୁ ବିବାହ କାର୍ଯ୍ୟକ୍ରମ। ଏବେ ନିୟମ ଉଲ୍ଲଙ୍ଘନ କଲେ ସିଧା ସଳଖ ଗଣିବେ ୧ ଲକ୍ଷ ଟଙ୍କାର ଜରିମାନା। ରାଜସ୍ଥାନର ଅଶୋକ ଗେହଲଟ ସରକାର କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କୋଭିଡ୍ ପ୍ରୋଟୋକୋଲ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏହି ନିୟମ ଲାଗୁ କରିଛନ୍ତି।

ରାଜସ୍ଥାନରେ କରୋନା କାଳରେ ହେଉଥିବା ବିବାହ କାର୍ଯ୍ୟକ୍ରମରେ ୧୧ ଜଣରୁ ଅଧିକ ଲୋକ ସାମିଲ ହେଲେ ୧ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ବିଧାନ କରିଛନ୍ତି। କେବଳ ସେତିକି ନୁହେଁ ବିବାହ କାର୍ଯ୍ୟକ୍ରମର ତାଲିକା ନଦେଲେ ମଧ୍ୟ ୧ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ମେ ୩ରେ ଏନେଇ ଜାରି କରାଯାଇଥିବା ନିୟମକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ନିୟମ ଅନୁସାରେ, ରାଜ୍ୟରେ କୌଣସି ବିବାହ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ପାଳନ ନକଲେ, ମାସ୍କ ନପିନ୍ଧିଲେ, ବ୍ୟାଣ୍ଡ ବାଜା ଓ ଭୋଜି ଭାତ ଆୟୋଜନ ହେଲେ, ବରଯାତ୍ରୀ ଗଲେ କିମ୍ବା ବସ୍, ଅଟୋ, ଜିପ୍ ଭଳି ବାହନର ବ୍ୟବହାର କଲେ ଜରିମାନା ଦେବାକୁ ପଡିବ।

ରାଜସ୍ଥାନରେ ଧୀରେ ଧୀରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏତିପାଇଁ ରାଜ୍ୟ ସରକାର ବିଭିନ୍ନ କଠୋର ନିୟମ ଲାଗୁ କରିଛନ୍ତି। ଏବେ କରୋନାର ତୃତୀୟ ଲହରୀ ଆଶଙ୍କା କରି ରାଜ୍ୟ ସରକାର ଆହୁରି ସତର୍କ ହୋଇପଡିଛନ୍ତି। ରାଜ୍ୟରେ ପୁଣି ଥରେ କରୋନା ସ୍ଥିତି ନବିଗିଡିବା ପାଇଁ କରୋନା କଟକଣାକୁ କଡାକଡି କରାଯାଇଛି। ଏହା ସହ ଲୋକମାନେ ସଚେତନତା ରକ୍ଷା କରିବା ପାଇଁ ସରକାର ବାରମ୍ବାର ଅପିଲ କରୁଛନ୍ତି।