ମାସ୍କ ଲଗାଇ ୪ ବରଯାତ୍ରୀଙ୍କ ସହ ପହଞ୍ଚିଲା ବର: ମାସ୍କ ପିନ୍ଧି ମନ୍ତ୍ର ବୋଲିଲେ ପଣ୍ଡିତ, ହାତ ସାନିଟାଇଜ୍ ପରେ ପଡିଲା ହାତଗଣ୍ଠି

ଲଖିମପୁର ୨୬/୩: କରୋନା ପାଇଁ ସମସ୍ତେ ଚିନ୍ତାରେ । ତେବେ ଏଥିପାଇଁ ସମସ୍ତେ ସଚେତନ ମଧ୍ୟ ଅଛନ୍ତି । ଉତ୍ତରପ୍ରଦେଶର ଲଖିମପୁରରେ ମଙ୍ଗଳବାର ଏକ ବିବାହରେ ବର-କନ୍ୟା ସମସ୍ତେ ମାସ୍କ ଲଗାଇ ମଣ୍ଡପରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମଙ୍ଗଳବାର ସିଙ୍ଗାହୀରୁ ଆସିଥିବା ବରଯାତ୍ରୀ ମାସ୍କ ଲଗାଇଥିଲେ । ବର ଓ ୪ ଜଣ ବରଯାତ୍ରୀ ମାସ୍କ ଲଗାଇ କନ୍ୟା ଘରେ ପହଞ୍ଚିଥିଲେ । ଏଣ୍ଟ୍ରି କରିବା ସମୟରେ ବର ହାତକୁ ସାନିଟାଇଜ୍ କରାଗଲା ଏବଂ ପଣ୍ଡିମ ମଧ୍ୟ ମାସ୍କ ପିନ୍ଧି ମନ୍ତ୍ର ଉଚ୍ଚାରଣ କଲେ ।

ବୁଧବାର ବର-କନ୍ୟାଙ୍କୁ ବିଦା କରାଗଲା । କସବା ଅଧିବାସୀ ବାଳକରାମଙ୍କ କନ୍ୟା ରୁବିର ବିବାହ ସିଙ୍ଗାହୀର ସନ୍ଦୀପଙ୍କ ସହିତ ନିର୍ଦ୍ଧାରିତ ହୋଇଥିଲା । ୨୪ ମାର୍ଚ୍ଚରେ ବିବାହ ତିଥି ନିର୍ଦ୍ଧାରିତ ହୋଇଥିଲା । ପରେ କରୋନା ସଂକ୍ରମଣ ଯୋଗୁଁ ବିବାହକୁ ଅଧିକ ଜାକଜମକରେ ନକରି ଅତି ସାଧାରଣ ଭାବେ କମ୍ ଲୋକଙ୍କ ଉପ୍ସସିତିରେ ହୋଇଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ମାସ୍କ ଲଗାଇ ବର ଓ ୪ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ । ସେଠାରେ କନ୍ୟାପକ୍ଷ ତାଙ୍କୁ ସାନିଟାଇଜର ଦେଇଥିଲେ । ସମସ୍ତେ ହାତ ସାନିଟାଇଜ୍ କରିବା ପରେ ଘରେ ପ୍ରବେଶ କରିଥିଲେ । ନିର୍ଦ୍ଧାରିତ ମୂହୁର୍ତ୍ତରେ ମଣ୍ଡପରେ ବର-କନ୍ୟା ଓ ପୁରୋହିତ ମାସ୍କ ଲଗାଇ ବସିଥିଲେ ।  ସବୁ ସରିବା ପରେ କିଛି ନିଜ ପରିବାର ଲୋକଙ୍କୁ ଫୋନ୍ କରି ଡକାଗଲା । ବୁଧବାର କନ୍ୟାକୁ ଶାଶୁଘର ବିଦା କରାଗଲା ।

 ଏହା ପୂର୍ବରୁ ମୁରାଦାବାଦ ସହରରେ ମଧ୍ୟ ଏକ ବିବାହ ସୋସିାଲ ମିଡିଆରେ ଭାଇରାଲ ହୋଇଥିଲା । ବିବାହରେ ବର ଓ କନ୍ୟାକୁ ଛାଡି ମାତ୍ର ୪ ବରଯାତ୍ରୀ ସାମିଲ ହୋଇଥିଲେ । ୩ ବାଇକରେ ବର ଯେତେବେଳେ ନିଜ ୪ ବରଯାତ୍ରୀଙ୍କ ସହିତ ଆସିଲା ସମସ୍ତେ ନିଜ ନିଜ ଘର ବାଲକୋନି ଓ ଛାତ ଉପରୁ ବରକୁ ସ୍ୱାଗତ କଲେ । ଲକଡାଉନ୍ ସମୟରେ ବର ସୀମିତ ଲୋକଙ୍କ ସହିତ ବିବାହ ପାଇଁ ଯିବା ସହିତ କରୋନା ଭାଇରସ ସଂକ୍ରମଣରୁ ମଧ୍ୟ ବଞ୍ଚାଇବା ପାଇଁ ସନ୍ଦେଶ ଦେଇଥିଲେ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌