ଲକ୍‌ ଡାଉନ୍‌ରେ ନିଆରା ବାହାଘର : ବୋହୂକୁ ଝିଅ ପରି ବିଦା କଲେ ଶାଶୂ-ଶ୍ୱଶୂର , ପ୍ରଶଂସା କଲେ ଲୋକେ

ମଧ୍ୟପ୍ରଦେଶ : ଲକ୍‌ ଡାଉନ୍‌ ଭିତରେ ମଧ୍ୟ ପ୍ରଦେଶରେ ଏକ ନିଆରା ବାହାଘର ହୋଇଛି।  ଏଥିରେ ଶାଶୂ-ଶ୍ୱଶୂର ନିଜର ବିଧବା ବୋହୂକୁ ଘରୁ ଝିଅ ପରି ବିଦା କଲେ। ଏହି ବୋହୂ ତାଙ୍କ ଘରକୁ ୮ ବର୍ଷ ପୂର୍ବେ ଆସିଥିଲେ । ଯାହାକୁ ଆଜି ସେ ଝିଅ ପରି ପାଳି ଯାନିଯୌତୁକ ଦେଇ ବିବାହ କଲେ ।  ବର୍ତ୍ତମାନ ଏହି ବିବାହକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାର ଧରିଛି ।    

ଏହି ଘଟଣାଟି ମଧ୍ୟପ୍ରଦେଶର ରତଲାମର ଅଟେ । ୬୫ ବର୍ଷୀୟ ସରଳା ଜୈନଙ୍କ ପୁଅ ମୋହିତଙ୍କର ବିବାହ ସୋନମଙ୍କ ସହ  ୮ ବର୍ଷ ପୂର୍ବେ ହୋଇଥିଲା  ଏବଂ  ବିବାହର ୩ ବର୍ଷ ପରେ ମୋହିତଙ୍କୁ କ୍ୟାନସର ହେବାର ଜାଣିବାକୁ ପାଇଥିଲେ । ମୋହିତଙ୍କର ଚିକିତ୍ସା ତ ଚାଲିଥିଲା । କିନ୍ତୁ  ସେ ସୁସ୍ଥ ହୋଇପାରିନଥିଲେ । ତାଙ୍କର ମୃତ୍ୟୁ ପରେ ବୋହୂ ସୋନମଙ୍କୁ ଶାଶୂ-ଶ୍ୱଶୂର ଝିଅ ପରି ପାଳିଥିଲେ । ମନରେ ଦୁଃଖବି ଟିକେ ହେବାକୁ ଦେଇନଥିଲେ । ସୋନମଙ୍କ ବୟସ ବଢ଼ୁଥିବାରୁ ଶାଶୂ-ଶ୍ୱଶୂର ତାଙ୍କର ବିବାହ ନାଗଦାର ସୌରମ୍ଭ ଜୈନଙ୍କ ସହ ଠିକ୍‌ କରିଦେଲେ ।

ଉଲ୍ଲେଖନୀୟ ଯେ , ଏହି ବିବାହ ନାଗଦାରେ ହେବାର ଥିଲା । ସବୁ ପ୍ରସ୍ତୁତ ମଧ୍ୟ ସରିଥିଲା । କିନ୍ତୁ ଲକ୍‌ଡାଉନ୍‌  ଚାଲିଥିଲା ଯୋଗୁଁ  ଏହା ସମ୍ଭବପର ହୋଇନଥିଲା ।  ଏହାପରେ  ବିବାହର ପ୍ରସ୍ତୁତ ମୋହିତଙ୍କ ମାଆଙ୍କ ଘରେ ହିଁ ହୋଇଥିଲା । ଏଥିପାଇଁ ପ୍ରଶାସନର ଅନୁମତି ମଧ୍ୟ ନିଆଯାଇଥିଲା । ଏହି ବିବାହ ପୁରା ରୀତିନୀତିରେ ହେବା ସହ ଏଥିରେ ସୋସିଆଲ୍‌ ଡିଷ୍ଟାନ୍ସର ମଧ୍ୟ ପାଳନ କରାଯାଇଥିଲା ।  ବିବାହରେ ଦୁଇ ପରିବାର ସୀମିତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିଲେ ।

ଲକ୍‌ ଡାଉନ୍‌ ଭିତରେ ହୋଇଥିବା ଏହି ବିବାହର ଚର୍ଚ୍ଚା ପୁରା ରାଜ୍ୟରେ ହୋଇଛି । ଶାଶୂ ସରଳା ଜୈନଙ୍କ କହିବା ହେଲା  ବୋହୂଙ୍କ ବୟସ ବଢ଼ୁଥିଲା ଏବଂ ସେ ନିଜର ସାରା ଜୀବନ କେମିତି ଏକଲା କାଟିବ ,  ଏଥିପାଇଁ ଆମେ ଆମର ବୋହୂକୁ ଝିଅ ଭାବେ ଘରୁ ବିଦା କଲୁ ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ