ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ପ୍ରେମ ଆଗରେ ହାର ମାନିଲା ମମତା, ୪ ବର୍ଷର ପୁଅକୁ ଛାଡି ପ୍ରେମିକର ହାତ ଧରିଲା ମା

ପାଟଣା  ୧୩/୯:  ପ୍ରେମ ମାନେନାହିଁ ଜାତି ଧର୍ମ ଓ ବୟସ । ସେଥିପାଇଁ ସମସ୍ତେ କୁହନ୍ତି ପ୍ରେମ ଅନ୍ଧ । ତେବେ ଏହି ପ୍ରେମରେ ଅନ୍ଧ ହୋଇ ଜଣେ ମା ନିଜ ୪ ବର୍ଷର ଶିଶୁପୁତ୍ରକୁ ଛାଡି ପ୍ରେମିକର ହାତ ଧରିଛନ୍ତି । ଏମିତି ଘଟଣା ଘଟିଛି  ପାଟଣା ଥାନା ମଲ୍ଲୀପଶି ଗ୍ରାମରେ । ଏ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ସୂଚନା ଅନୁଯାୟୀ ମଲ୍ଲୀପଶି ଗ୍ରାମର ସୁଦାମ ନାଏକ ୨୦୧୫ ମସିହାରେ ଚକ ନିକଟସ୍ଥ ରଙ୍ଗାମାଟିଆ ଗ୍ରାମର ନୂଆ ସାହିର ସୁଭଦ୍ରା ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ଆଉ ଉଭୟଙ୍କର ୪ ବର୍ଷର ପୁଅ ମଧ୍ୟ ଅଛି।

ଗତ ୫ ତାରିଖ ଶନିବାର ସୁଦାମଙ୍କ ସ୍ତ୍ରୀ ସୁଭଦ୍ରା ଘରୁ କୁଆଡେ ପଳାଇଯାଇଥିଲେ । ଏନେଇ ସୁଦାମ ପାଟଣା ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ନିଖୋଜ ପତ୍ନୀ ନିଜ ପ୍ରେମିକ ସହିତ ପାଟଣା ଥାନାରେ ପହଞ୍ଚି ତାକୁ ଭଲ ପାଉଛନ୍ତି ଏବଂ ସାରା ଜୀବନ ତା ସହିତ ରହିବେ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଏଥିରେ ନିଖୋଜ ପତ୍ନୀଙ୍କ ସ୍ୱାମୀ ସୁଦାମ ନିରୁପାୟ ହୋଇପଡ଼ିଥିଲେ । ପୋଲିସ ଉଭୟ ପକ୍ଷ କଥା ଶୁଣି ପ୍ରେମିକ ସହ ବିବାହିତ ମହିଳାଙ୍କୁ ପଠାଇଥିବା ଜଣାପଡିଛି । ଶେଷରେ ପ୍ରେମ ଆଗରେ ହାର ମାନିଗଲା ମମତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.