ମାରୁତିର ଏହି କାର୍ ୪୨ ଟଙ୍କାରେ ଚାଲେ ୩୨ କିଲୋମିଟର, ହ୍ୟୁଣ୍ଡାଇର ଏହି କାର୍ ସହିତ କଡା ମୁକାବିଲା

ନୂଆଦିଲ୍ଲୀ ୧୦/୫: ମାରୁତି ସୁଜୁକିର ହ୍ୟାଚବ୍ୟାକ୍ ସେଗମେଣ୍ଟରେ ମାରୁତି ସେଲେରିଓ ବହୁତ ପପୁଲାର୍ କାର୍ । ଏହି କାରର ଲୋକପ୍ରିୟତାକୁ ଦେଖି କମ୍ପାନୀ ଏହାର ନେକ୍ସ୍ଟ ଜେନେରେସନ ମଧ୍ୟ ଖୁବ ଶୀଘ୍ର ଆଣିବ । ତେବେ ଏହି ସେଗମେଣ୍ଟରେ ସେଲେରିଓକୁ ଟକ୍କର ଦେଇଥାଏ ହୁଣ୍ଡାଇ ଗ୍ରାଣ୍ଡ i10 କାର୍ । ଏହି ୨ଟି କାର୍ ବହୁତ ଲାଭଦାୟକ  । ସିଏନଜି ଗାଡି ଇନ୍ଧନ ଅପେକ୍ଷା ଶସ୍ତା ପଡିଥାଏ । କିନ୍ତୁ ଅଟୋ ଏକ୍ସପର୍ଟ୍ସ କୁହନ୍ତି କମ୍ପାନୀ ଫିଟେଡ୍ ସିଏନଜି ଭେରିଏଣ୍ଟ ଗାଡି ହିଁ ଅଧିକ ଉତ୍ତମ ହୋଇଥାଏ । ଫ୍ୟାକ୍ଟ୍ରି ଫିକ୍ସ୍ଡ ସିଏନଜି ବାହନର ମାଇଲେଜ୍ ବଜାରରେ ଫିଟ୍ ହୋଇଥିବା ଗାଡି ତୁଳନାରେ ଉତ୍ତମ ହୋଇଥାଏ ।

ପାୱର ଓ ମାଇଲେଜ୍
ବର୍ତ୍ତମାନ ମାର୍କେଟରେ ମିଳୁଥିବା ସେଲେରିଓରେ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ମିଳେ  । ଏହି ଇଞ୍ଜିନ୍ ୫୮.୩୩ ବିଏଚପି ଓ ୭୮ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏହି କାର୍ ପେଟ୍ରୋଲ ଇଞ୍ଜିନ୍ ସହିତ ୨୧.୬୩ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେଇଥାଏ । ତେବେ ଏହାର ସିଏନଜି ଭେରିଏଣ୍ଟ ୩୧.୭୬ କିଲୋମିଟର ପ୍ରତି କିଲୋଗ୍ରାମ ମାଇଲେଜ୍ ଦେଇଥାଏ । ଅନ୍ୟପଟେ ହୁଣ୍ଡାଇ ଗ୍ରାଣ୍ଡ i10 Nios ସିଏନଜି ମଡେଲରେ ୧୧୯୭ ସିସି ଇଞ୍ଜିନ୍ ମିଳିଥାଏ । ଏହି ଇଞ୍ଜିନ୍ ୬୮ ପାୱର ଓ ୯୫.୧୨ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏହାର ସିଏନଜି ଭେରିଏଣ୍ଟ ୨୦.୭ କିଲୋମିଟର ପ୍ରତି କିଲୋଗ୍ରାମର ମାଇଲେଜ୍ ଦେଇଥାଏ । କହିରଖୁଛୁ ଦିଲ୍ଲୀରେ ସିଏନଜି ଦାମ୍ ୪୨ ଟଙ୍କା କିଲୋଗ୍ରାମ ରହିଛି ।

ଡାଇମେନ୍ସନ
ସେଲେରିଓ ସିଏନଜି ମଡେଲ ଏକ ୫ ସିଟର କାର୍ । ଏହି କାର ୩୬୯୫ mm ଲମ୍ବା, ୧୬୦୦ mm ଚଉଡା ଓ ୧୫୬୦ mm ଉଚ୍ଚତା ବିଶିଷ୍ଟ । ଏହାର ହ୍ୱିଲବେସ୍ ୨୪୨୫ mm । ଗ୍ରାଣ୍ଡ i10 Nios ସିଏନଜି ମଡେଲ ମଧ୍ୟ ଏକ ୫ ସିଟର କାର୍ । ଏହାର ଲମ୍ବ ୩୮୦୫ mm, ଚଉଡା ୧୬୮୦ mm ଏବଂ ଉଚ୍ଚତା ୧୫୨୦ mm । ଏହାର ହ୍ୱିଲବେସ୍ ୨୪୫୦ mm ।  ଉଭୟ ଗାଡିର ଆଗରେ ଡିସ୍କ ବ୍ରେକ୍ ଓ ପଛରେ ଡ୍ରମ୍ ବ୍ରେକ୍ ମିଳିଥାଏ ।

ଦାମ୍
ମାରୁତି ସୁଜୁକି ସେଲେରିଓ ସିଏନଜି ମଡେଲର ଏକ୍ସ ଶୋରୁମ୍ ମୂଲ୍ୟ ୫.୩୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୫.୮୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଅନ୍ୟପଟେ Hyundai Grand i10 ସିଏନଜି ମଡେଲର ଦିଲ୍ଲୀ ଏକ୍ସ ଶୋରୁମ୍ ମୂଲ୍ୟ ୬.୬୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୭.୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ଶସ୍ତା ହେଲା ସୁନା, ଆହୁରି ଖସିପାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…