PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

https://www.aajtak.in/

ନୂଆଦିଲ୍ଲୀ ୧୯/୧୦: ମାରୁତି ସୁଜୁକି ଇଣ୍ଡିଆ ନିଜର ସବୁଠାରୁ ଅଧିକ ବିକ୍ରି ହେଉଥିବା ହ୍ୟାଚବ୍ୟାକ୍ ସ୍ୱିଫ୍ଟର ସ୍ପେଶାଲ ଏଡିସନ୍ ଭର୍ସନ ଲଞ୍ଚ୍ କରିଛି । ସ୍ପେଶାଲ ଏଡିସନକୁ ‘ବ୍ଲାକ୍ ଥିମ’ ସହିତ ମାର୍କେଟକୁ ଅଣାଯାଇଛି । ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ମଡେଲ ଅପେକ୍ଷା ୨୪,୯୯୯ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ବର୍ତ୍ତମାନ ବଜାରରେ ସ୍ୱିଫ୍ଟର ଏକ୍ସ ଶୋରୁମ୍ ଦାମ୍ ୫.୧୯ ଲକ୍ଷରୁ ୮.୦୨ ଲକ୍ଷ ପର୍ଯ୍ୟନ୍ତ ରହିଛି ।

କମ୍ପାନୀ ଏହାକୁ ବ୍ଲାକ୍ କଲର ବ୍ୟବହାର କରି ଅଲଗା ଲୁକ୍ ଦେବା ପାଇଁ ଚେଷ୍ଟା କରିଛି । ବ୍ଲାକ୍ ଥିମ ଥିବା ଏହି ନୂଆ ସ୍ୱିଫ୍ଟରେ ଗ୍ଲସି ବଡି କିଟ୍, ସ୍ପଏଲର, ବଡି ସାଇଡ୍ ମୋଲ୍ଡିଂ, ଡୋର ୱିଜର ଓ ଫଗ୍ ଲ୍ୟାମ୍ପ ଭଳି ଆକ୍ସେସିରିଜ ମିଳିବ । କମ୍ପାନୀ ଏହି କାରରେ ଅଧିକ କିଛି ପରିବର୍ତ୍ତନ କରିନି । ଏହି ଏଡିସନରେ କମ୍ପାନୀ କିଛି କସ୍ମେଟିକ୍ ପରିବର୍ତ୍ତନ କରିଛି । ଷ୍ଟାଣ୍ଡାର୍ଡ ଭେରିଏଣ୍ଟ ତୁଳନାରେ ଲିମିଟେଡ୍ ଏଡିସନ୍ ମଡେଲ୍ ଅଧିକ ବୋଲ୍ଡ ଓ ଡାଇନୋମିକ୍ ଲୁକ୍ ସହିତ ଆସୁଛି ।

ମାରୁତି ସୁଜୁକିର କାର୍ଯ୍ୟକାରୀ ନିର୍ଦ୍ଦେଶକ(ମାର୍କେଟିଂ ଆଣ୍ଡ ସେଲ୍ସ) ଶଶାଙ୍କ ଶ୍ରୀବାସ୍ତବ କୁହନ୍ତି କି ଲଞ୍ଚ୍ ପରେ ସ୍ୱିଫ୍ଟର ପ୍ରଦର୍ଶନ ଭଲ ରହିଛି । ପ୍ରିମିୟମ୍ ହ୍ୟାଚବ୍ୟାକ୍ ସେଗମେଣ୍ଟରେ ଏହା ପୂର୍ବରୁ ମଧ୍ୟ ଭଲ ରହିଆସିଛି । ସ୍ୱିଫ୍ଟର ୩ ଜେନେରେସନରେ ଏହାର ଫିଚର, ଲୁକ୍ ଓ ଟେକ୍ନୋଲୋଜିରେ ଅନେକ ପରିବର୍ତ୍ତନ ହୋଇଛି । ଲଞ୍ଚ୍ ପରେ ସ୍ୱିଫ୍ଟ ୨୩ ଲକ୍ଷରୁ ଅଧିକ ମଡେଲ୍ ବିକ୍ରି ହୋଇସାରିଛି ।