PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବଲିଉଡର ଫେମସ୍‌ ଆର୍ଟ ଡାଇରେକ୍ଟର ମାରୁତିରାଓ କାଲେଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

ମୁମ୍ବାଇ ୧।୬: ବଲିଉଡ ପୁଣି ଜଣେ କଳାକାରଙ୍କୁ ହରାଇଲା, ଯେଉଁଥିପାଇଁ ହଜାର ହଜାର ଚଳଚ୍ଚିତ୍ର ସୁପର ହିଟ୍ ହୋଇଥିଲା। ‘ସୌଦାଗର’ – ‘ଡିସ୍କୋ ଡାନ୍ସର୍’ ପରି ଅନେକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଆଉ ଆମ ଗହଣରେ ନାହାଁନ୍ତି। ମାରୁତିରାଓ କାଲେ କରୋନା ସଂକ୍ରମିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କରୋନାରେ ମାରୁତିରାଓ କାଲେଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

ମାରୁତିରାଓ ଭି କାଲେ ହିନ୍ଦୀ ସିନେମା ପାଇଁ ୧୦୦ରୁ ଅଧିକ ହିନ୍ଦୀ ସିନେମାର କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୬୦ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ମୋଗଲ-ଏ-ଆଜମ’ ପାଇଁ ମଧ୍ୟ କାମ କରିଥିଲେ। ସେ ‘ଇମାନ ଧରମ’, ‘ଡିସ୍କୋ ଡ୍ୟାନ୍ସର’, ‘କସମ ପୈଦା କରନେୱାଲେ କି’, ‘ଡ୍ୟାନ୍ସ ଡ୍ୟାନ୍ସ’, ‘କମାଣ୍ଡୋ’, ‘ଅଜୁବା’, ‘ସୌଦାଗର’ ଭଳି ବଡ ବଡ ତଥା ହିଟ୍ ଚଳଚ୍ଚିତ୍ର ପାଇଁ ସେ ମୁଖ୍ୟ କଳା ନିର୍ଦ୍ଦେଶକ ଭାବରେ ସେଟ୍ ଡିଜାଇନ୍ କରିଥିଲେ।