ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତାଙ୍କ ‘ମାସାବା ମାସାବା’ର ଟ୍ରେଲର ଜାରି

ମୁମ୍ବାଇ ୧୫/୦୮: ପ୍ରସିଦ୍ଧ ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତା ଏବେ ଅଭିନୟ ଜଗତରେ ପାଦ ଦେଇଛନ୍ତି । ନିଜ ଜୀବନ ଉପରେ ଆଧାରିତ ଫିକ୍ସନ୍‌ ୱେବ୍‌ସିରିଜରେ ତାଙ୍କୁ ଦେଖିବାକୁ ମିଳିବ । ତାର ଟାଇଟଲ୍‌ ରହିଛି ‘ମାସାବା ମାସାବା’। ନେଟ୍‌ଫ୍ଲିକ୍ସ ପକ୍ଷରୁ ୱେବ୍‌ସିରିଜର ଟ୍ରେଲର ଜାରି କରାଯାଇଛି ।

ସେଥିରେ ତାଙ୍କ ସହିତ ମା’ ନୀନା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ମାସାବା ଜଣେ ଫ୍ୟାଶନ୍‌ ଡିଜାଇନରଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ମା’ଙ୍କ ସହ ତାଙ୍କ ସଂପର୍କ ଜଟିଳ ହୋଇଥିବାବେଳେ ସେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି ।

ଏହି ଦୁଇଜଣଙ୍କ ସହ ନିଲ ଭୁପଲାମ୍‌, ସତ୍ୟଦୀପ ମିଶ୍ରା, ସୁଚିତ୍ରା ପିଲାଇ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସୋନମ ନାୟାର ଏହି ସିରିଜ୍‌କୁ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଅଗଷ୍ଟ ୨୮ରେ ଏହାର ପ୍ରିମିୟର ହେବ।

ସୂଚନାଥାଉକି, ମାସାବା କ୍ରିକେଟର ଭିଭିଆନ୍‌ ରିଚାର୍ଡସ ଏବଂ ନୀନା ଗୁପ୍ତାଙ୍କ ଝିଅ । ତାଙ୍କର ‘ହାଉସ୍‌ ଅଫ୍‌ ମାସାବା’ ନାମରେ ଏକ ଫ୍ୟାଶନ୍‌ ବ୍ରାଣ୍ଡ ରହିଛି ।

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…