ମାସ୍କ ସହ ଆଇବ୍ରୋ ଗ୍ରୁମିଙ୍ଗ୍‌‌ ……

କଂସିଲର ୟୁଜ୍‌ ଆଇବ୍ରୋ ବା ଭ୍ରୁଲତାରେ କିଛି ସ୍ଥାନ ଏମିତି ଥାଏ, ଯେଉଁଠି ଅଧିକ ହେୟାର ଥାଏ । ସେହି ସ୍ଥାନକୁ ପତଳା କରିବା ପାଇଁ କ୍ରିମ୍‌ କିମ୍ବା କଂସିଲର ବ୍ୟବହାର କରି ସେଟ୍‌ କରିପାରିବେ । ବ୍ରସ୍‌ ସାହାଯ୍ୟରେ ଲଗାଇ ପାରିବେ । ଏହାପରେ ଆଇବ୍ରୋ ପେନସିଲ୍‌କୁ ଧୀରେ ଧୀରେ ବ୍ୟବହାର କରିବେ । ଆପଣଙ୍କ ଆଇବ୍ରୋ ନ୍ୟାଚୁରାଲ ଏବଂ ସୁନ୍ଦର ଦେଖାଯାଇଥାଏ । ପରଫେକ୍ଟ ସେପ୍‌ ଦୁଇ ଆଇବ୍ରୋ ଏକା ପରି ହୋଇନଥାଏ । ଆକୃତିରେ ଅଳ୍ପ ଫରକ ରହିଥାଏ ।

ଏମିତିରେ ଦୁଇ ଆଇବ୍ରୋକୁ ଏକ ପ୍ରକାର ଲୁକ୍‌ ଦେବା ପାଇଁ ଆଇବ୍ରୋ କଟିଙ୍ଗ୍‌ ଠିକ୍‌ ଭାବେ କରନ୍ତୁ । ଏଥିପାଇଁ ପ୍ରଥମେ ଆଇବ୍ରୋ ବ୍ରସ୍‌ ସାହାଯ୍ୟରେ ଆଇବ୍ରୋକୁ ତଳୁ ଉପରକୁ କମ୍ବ କରନ୍ତୁ । ଏହାପରେ ଛୋଟ କଇଁଚି ସାହାଯ୍ୟରେ ଆଇବ୍ରୋ ହେୟାରକୁ କାଟି ପରଫେକ୍ଟ ସେପ୍‌ ଦିଅନ୍ତୁ । ଜେଲ୍‌ ୟୁଜ୍‌ ଆଇବ୍ରୋ ସ୍ପେସାଲ ଜେଲ ସାହାଯ୍ୟରେ ଆଇବ୍ରୋ ଛୋଟ ଛୋଟ ହେୟାରକୁ ସେଟ୍‌ କରିପାରିବେ ।

ଯଦି ଆଇବ୍ରୋ ଜେଲ୍‌ ନାହିଁ, ହେୟାର ସ୍ପ୍ରେକୁ ଜେଲ୍‌ ସ୍ଥାନରେ ବ୍ୟବହାର କରିପାରିବେ । ଏଥିପାଇଁ ଆଇବ୍ରୋ ବ୍ରସ୍‌ରେ ଅଳ୍ପ ହେୟାର ସ୍ପ୍ରେ ନେଇ ଆଇବ୍ରୋରେ ବ୍ୟବହାର କରିପାରିବେ । ହେଲେ ଧ୍ୟାନ ଦେବେ ଯେ ହେୟାର ସ୍ପ୍ରେ କମ୍‌ ମାତ୍ରାରେ ବ୍ୟବହାର ହେବ । କାରଣ ଅଧିକ ବ୍ୟବହାର କଲେ ଆଇବ୍ରୋ ହେୟାର ଟାଣ ହୋଇଯାଏ । ଅଧିକ ଗାଢ଼ ନୁହେଁ ଅନେକ ସମୟରେ ଏମିତି ହୁଏ, ଆପଣ ଆଇବ୍ରୋ ଫିଲ୍‌ କରିବା ସମୟରେ ଭୁଲ କଲର ବାଛି ଦେଇଥାନ୍ତି । ନହେଲେ ଅଧିକ ଟଚଅପ୍‌ ଦେଇ ଦିଅନ୍ତି ।

ଏଥିରେ ଆଇବ୍ରୋ ନକଲି ଦେଖାଯାଇଥାଏ । ଆଇବ୍ରୋ ସେଟ୍‌ କରିବା ସମୟରେ ଏମିତି ଭୁଲ କରୁଥିଲେ, ଆଇବ୍ରୋ ବ୍ରସ୍‌ ସାହାଯ୍ୟର ଅଳ୍ପ ପାଉଡର ନେଇ ଧୀରେ ଧୀରେ ଆଇବ୍ରୋରେ ଲଗାନ୍ତୁ । ଅଧିକ ଗାଢ ହୋଇଯାଇଥିଲେ ଫିକା କରି ଦେଇଥାଏ । ମାସ୍କ ପିନ୍ଧୁଥିଲେ… ମାସ୍କ ଟାଇଟ ଥିଲେ, ବଡ଼ ସାଇଜର ମାସ୍କ ନିଅନ୍ତୁ । ମାସ୍କ ପିନ୍ଧିବା ପୂର୍ବରୁ ଅଏଲ ବେସଡ୍‌ ମେକଅପ୍‌ କରନ୍ତୁ ନାହିଁ । ମାସ୍କ ବାହାର କରିବା ପରେ ଫେସୱାସ୍‌ରେ ମୁହଁକୁ ଭଲଭାବେ ଧୋଇ ନିଅନ୍ତୁ । ମାସ୍କ ପିନ୍ଧିବା ପୂର୍ବରୁ ଚେହେରାକୁ ମଏଶ୍ଚରାଇଜ କରନ୍ତୁ । ମାସ୍କ ପିନ୍ଧିବା ପରେ ଚେହେରାରେ ଦାଗ ଦେଖାଦେଲେ ଆଇସ୍‌ ଥେରାପି କରନ୍ତୁ । ସବୁବେଳେ କଟନ୍‌ ବେସଡ୍‌ ମାସ୍କ ବ୍ୟବହାର କରନ୍ତୁ ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ରାଜ୍ୟର ବରିଷ୍ଠ ପୁଲିସ୍‌ ସ୍ତରରେ ଅଦଳବଦଳ

ଭାରତର ପ୍ରଥମ ବେସରକାରୀ ମହାକାଶଯାନ ଗବେଷଣା କମ୍ପାନୀ ସ୍କାଏ ରୁଟ୍‌ ସଫଳ ଭାବେ କଲା ଅପର୍‌ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ର ପରୀକ୍ଷଣ