ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମସୁଦ ଅଜହର ଆନ୍ତର୍ଜାତୀୟ ଆତଙ୍କୀ ଘୋଷିତ

ନୁଆଦିଲ୍ଲୀ ୧/୫: ମସୁଦ ଅଜହର ଆନ୍ତର୍ଜାତୀୟ ଆତଙ୍କୀ ଘୋଷିତ । ମୋଦି ସରକାରଙ୍କୁ ପୁଣି କୁଟନୈତିକ ବିଜୟ ହାସଲ ହୋଇଛି । ପୁଲୱାମା ଓ ପଠାନକୋଟ  ଆକ୍ରମଣର ମାଷ୍ଟର ମାଇଣ୍ଡ ଆତଙ୍କୀ ମସୁଦ ଅଜହରକୁ ଜାତିସଂଘର ସୁରକ୍ଷା ପରିଷଦ ଆନ୍ତର୍ଜାତୀୟ ଆତଙ୍କୀ ଘୋଷଣା କଲା । ଚୀନ୍ ନିଜ ଆପତ୍ତି ପ୍ରତ୍ଯାହାର କରିନେଇଛି । ଆଜି ପର୍ଯ୍ୟନ୍ତ ଚୀନକୁ ଏହା ପସନ୍ଦ ଆସୁନଥିଲା । ଏବେ ଚୀନ ନିଜ ଆପତ୍ତିକୁ ଫେରାଇ ନେଇଛି ।

ବେଜିଂ ମଙ୍ଗଳବାର କହିଥିଲା ଯେ ଜାତିସଙ୍ଘ ଦ୍ୱାରା ଅଜହରକୁ ଆତଙ୍କବାଦୀ ଘୋଷଣା କରିବା ମାମଲା ସମ୍ପୂର୍ଣ୍ଣ ରୂପେ ଫାଇନାଲ ହୋଇଯିବ । ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ତରଫରୁ ଜୈଶର ମୁଖ୍ଯ ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଉପରେ ମାର୍ଚ୍ଚରେ ଭିଟୋ ଲଗାଇଥିଲା ଚୀନ୍ । ଏହା ପୂର୍ବରୁ ଜୈଶ ଫେବୃୟାରୀରେ ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରକୁ ଆକ୍ରମଣର ଦାୟିତ୍ୱ ନେଇଥିଲା ।

ମାର୍ଚ୍ଚରେ ୧୩ରେ ଚାଇନା ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମର୍ଥିତ ପ୍ରସ୍ତାବକୁ ଏହା କହି ଏଡାଇ ଯାଇଥିଲା ଯେ ତାକୁ ଏହି ମାମଲାରେ ଅଧ୍ୟୟନ କରିବା ପାଇଁ ଆଉ କିଛି ସମୟ ଦରକାର । ଏହା ପରେ ଆମେରିକା ଅଜହରକୁ ବ୍ଲାକ୍ ଲିଷ୍ଚ ତାଲିକା ଭୁକ୍ତ କରିବା ପାଇଁ ୨୭ ମାର୍ଚ୍ଚରେ ଜାତିସଂଘ ସୁରକ୍ଷା ପରିଷଦରେ ଏତ ପ୍ରସ୍ତାବ ଆଣିଥିଲା । ଏହି ପ୍ରସ୍ତାବରେ ପ୍ରଥମ ଥର ପାଇଁ ଚାଇନା ସମ୍ମତ ହେବାପରି ମନ୍ତବ୍ଯ ଦେଇଥିଲା । ଶେଷରେ ଅଜହର ମାମଲାର ସମାଧାନ ପାଇଁ ସୋମବାର ଚାଇନା ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲା । ଶେଷରେ ଆଜି(ବୁଧବାର) ଜାତିସଙ୍ଘ ସୁରକ୍ଷା ପରିଷଦ ଅଜହରକୁ ଆନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିଛି ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ