ମାସୁଦ ଆଝାରକୁ ଫ୍ରାନ୍ସର ଝଟକା, ଜବତ ହେବ ସମସ୍ତ ସମ୍ପତ୍ତି

୧୫।୩: ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଫ୍ରାନ୍ସ ସରକାର ଦେଇଛନ୍ତି ବଡ ଝଟକା। ଫ୍ରାନ୍ସରେ ଥିବା ମାସୁଦର ସମ୍ପତ୍ତିକୁ ସେଠାକାର ସରକାର ଜବତ କରାଯିବ। ଫ୍ରାନ୍ସରେ ଏପର୍ଯ୍ୟନ୍ତ ଏହା ହେଉଛି ଆଝାର ବିରୋଧରେ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ଫ୍ରାନ୍ସ ସରକାରଙ୍କ ଗୃହମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ମିଳିତ ବିବୃତିରେ କୁହାଯାଇଛି ଫ୍ରାନ୍ସ ମାସୁଦ ଆଝାରରକୁ ୟୁରୋପିୟାନ୍ ୟୁନିୟନର ଆତଙ୍କବାଦୀ ସୂଚୀରେ ସାମିଳ କରିବା ନେଇ କଥା ହେବ।  ଅନ୍ୟପକ୍ଷେ ପାକିସ୍ତାନ ଉପରେ ମଧ୍ୟ ଆତଙ୍କବାଦୀ ଆଝାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଶ୍ବସ୍ତରୀୟ ଚାପ ରହିଛି।

ଏହା ପୂର୍ବରୁ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ନେଇ ଜାତିସଂଘର ସୁରକ୍ଷା ପରିଷଦରେ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ  ୪ର୍ଥ ଥର ଚୀନ ନିଜର ଭିଟୋ ପାଓ୍ବାରକୁ ବ୍ୟବହାର କରି ତାକୁ ଆଝାରକୁ ସୁରକ୍ଷା ଦେଇଥିଲା। ଯାହାକୁ ନେଇ ଜାତିସଂଘର ସୁରକ୍ଷା ପରିଷଦ ସଦସ୍ୟ ଚେତାବନୀ ଦେଇ କହିଥିଲେ ଚୀନ ଯଦି ନିଜର ଏହି ନୀତି ଜାରି ରଖେ ତେବେ ପରିଷଦର ଅନ୍ୟ ସଦସ୍ୟ  ଭିନ୍ନ ପଦକ୍ଷେପ ନେବକୁ ବାଧ୍ୟ ହେବୁ।

ଆଝାରକୁ ସୁରକ୍ଷା ଦେଇଥିବା କାରଣରୁ ଚୀନକୁ ଆମେରିକା ସହିତ  ଅନ୍ୟ ବହୁ ଦେଶ ସମାଲୋଚନା କରିଥିଲେ। ସୁରକ୍ଷା ପରିଷଦର ଜଣେ ରାଷ୍ଟ୍ରଦୂତଙ୍କ ଚୀନକୁ କଡା ଚେତାବନୀ ଦେଇ କହିଥିଳେ ଯଦି ଚୀନ ଏହି କାର୍ଯ୍ୟରେ ବାଧା ସୃଷ୍ଟି କରେ ତେବେ ଆମେ ଅନ୍ୟ ପ୍ରକାର ପଦକ୍ଷେପ ନେବାକୁ ବାଧ୍ୟ ହେବ। ଉଲ୍ଲେଖନୀୟ ଯେ, ପୁଲଓ୍ବାମା ଆକ୍ରମଣରେ ଭାରତର ୪୦ ସିଆରପିଏଫ୍ ଯବାନ ଶହୀଦ ହେବାପରେ  ଫ୍ରାନ୍ସ ନେତୃତ୍ବରେ ବ୍ରିଟେନ ଓ ଆମେରିକା ଆଝାର ବିରୋଧରେ ଜାତିସଂଘର ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲା। ଭାରତ ମଧ୍ୟ ଦୀର୍ଘ ଦିନ ହେବ ଏହି ପ୍ରସଙ୍ଗରେ ସୁରକ୍ଷା ପରିଷଦର ଧ୍ୟାନ ଆକର୍ଷଣ କରିଆସୁଛି। କିନ୍ତୁ ଚୀନର ସୁରକ୍ଷା କାରଣରୁ ମାସୁଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବ ହୋଇପାରିନାହିଁ।

   ସମ୍ବନ୍ଧିତ ଖବର


‘ଜିସିଟିସି ଉର୍ଜ୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦ୍‌ବୋଧନ,ଉର୍ଜ୍ଜା ସୁରକ୍ଷା ସ୍ଥାପତ୍ୟ ବିକାଶରେ ‘ଆତ୍ମନିର୍ଭର ଭାରତ’ର ଭୂମିକା ରହିବ

ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …