କଟକ ୨୦।୯: କଟକ ବଜ୍ରକବାଟିରେ ଥିବା ବିଏସ୍ଏନ୍ଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଫଳରେ ବିଏସ୍ଏନ୍ଏଲ୍ ଫୋନ୍ ସେବା ବ୍ୟାହତ ହୋଇଥବା ସୂଚନା ମିଳିଛି।
{"id":45753,"width":686,"height":377}
ଅଫିସ୍ର ଚତୁର୍ଥ ତାଲାରେ ନିଆଁ ଲାଗିଛି।ନିଆଁ ଲିଭାଇବାକୁ ୨ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।
{"id":45754,"width":691,"height":380}