ପ୍ରବଳ ବର୍ଷାରୁ ଭୂସ୍ଖଳନ: ଚା ବଗିଚାରେ କାମ କରୁଥିବା ୫ ଶ୍ରମିକଙ୍କ ମୃତ୍ୟୁ

ମୁନ୍ନାର,୭।୮: କେରଳର ମୁନ୍ନାରରେ ଲଗାତାର ହେଉଥିବ ବର୍ଷା କାରରରୁ ବଡ ଧରଣର ଭୂସ୍ଫଳନ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଚା ବଗିଚାରେ କାମ କରୁଥିବା ବହୁ ଶ୍ରମିକ ଫଶି ଯାଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଏହି ଦୁର୍ଘଟଣା ଇଡ୍ଡୁକି ଜିଲ୍ଲାରେ ରହିଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସମ୍ପର୍କ ବିଚ୍ଚିନ୍ନ ହୋଇଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ୧୦ ଜର ଲୋକଙ୍କୁ ଉଦ୍ଧାର କରାଯାଇଛି। କୁହାଯାଉଛି ଯେ, ପ୍ରାୟ ୮୦ ଜଣ ଲୋକ ଏଠାରେ ରୁହନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଯାଇଛି। ପ୍ରାୟ ୨୦ଟି ଘରର କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି, ତାଙ୍କୁ ଉଦ୍ଧାର କାର୍ଯ୍ୟପାଇଁ ରାଜମାଲାରୁ ହେଲିକପ୍ଟର ସେବା ପ୍ରଦାନ କରିବା ପାଇଁ ଭାରତୀୟ ବାୟୁସେନା ସହ ସମ୍ପର୍କ କରାଯାଇଛି।

କେରଳର ରାଜସ୍ବ ମନ୍ତ୍ରୀ ଇ.ଚନ୍ଦ୍ରଶେଖରନ୍ କହିଛନ୍ତି,୩ ଲେବର କ୍ୟାମ୍ପରେ ପ୍ରାୟ ୮୨ ଜଣ ଲୋକ ରହୁଥିଲେ। ସେ କହିଛନ୍ତି, ଏବେ ଏ ବିଷୟରେ କିଛି ବି କହିବେନି। ଭୂସ୍ଖଳନ ସମୟରେ ଶ୍ରମିକମାନେ ସେଠାରେ ଥିଲେ କିମ୍ବା ନାହିଁ। ଚନ୍ଦ୍ରଶେଖରଙ୍କ କହିବା ଅନୁସାରେ ଖରାପ ପାଣିପାଗ କାରଣରୁ ଘଟଣାସ୍ଥଳରେ ପହଁଞ୍ଚିବାରେ ଖୁବ୍ ଅସୁବିଧା ହେଉଥିଲା।ଉତ୍ତର କେରଳରେ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଓ୍ବାଇନାଡ ଓ ଇଡ୍ଡୁକି ଜିଲ୍ଲା ପାଇଁ ‘ରେଡ୍ ଆର୍ଲଟ’ ଜାରି କରାଯାଇଛି। ସେଭଳି ଚେଲିୟାର ନଦରେ ପ୍ରବଳ ବନ୍ୟା ଯୋଗୁଁ ନିଳାମ୍ବୁର ସହରରେ ବନ୍ୟା ଆସିଯାଇଛି।

ଭାରତର ପାଣିପାଗ ବିଭାଗ(ଆଇଏମଡି) ନିଜର ବୁଲେଟିନରେ କହିଛି ଯେ, ୭ ଅଗଷ୍ଟରେ ବର୍ଷାକୁ ଦୃଷ୍ଟିରେ ରଖି ମଲ୍ଲପୁରମ୍ ଜିଲ୍ଲା ପାଇଁ ‘ରେଡ୍ ଆର୍ଲଟ’ ଜାରି କରାଯାଇଛି। ଏର୍ନାକୁଲମ୍, ଇଡ୍ଡୁକି, ତ୍ରିଶୂର, ପଲକ୍କଡ, ମଲ୍ଲପୁରମ୍, କୋଝିକୋଡା, ଓ୍ବାଇନାଡ୍, କନ୍ନୁର ଓ କାରସଗୋଡା ସହିତ ୯ଟି ଜିଲ୍ଲାରେ ୯ ଅଗ୍‌ଟ ପର୍ଯ୍ୟନ୍ତ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ମଲ୍ଲପୁରମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ  ନୌଶିବିର ଖୋଲିଛି, ସେଭଳି ଏକାକୀ ନିଳାମ୍ବୁର​‌ରେ ୭ଟି ଶିବର ଖୋଲା ଯାଇଛି।

   ସମ୍ବନ୍ଧିତ ଖବର


ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

ଆଜି ଭାରତ ବନ୍ଦ, କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କଂଗ୍ରେସ

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ