ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ବରଗଡ଼ ୪।୬ : ସତର୍କ ଘଣ୍ଟି ବାଜି ସାରିଲାଣି । ଓଡ଼ିଶା ଆଉ ବେଶି ଦୂର ନୁହେଁ । ଛତିଶଗଡ଼, ମଧ୍ୟପ୍ରଦେଶରେ ଘୁରି ବୁଲୁଛନ୍ତି ପଙ୍ଗପାଳ ଦଳ । ପାଗ ସାଥ୍‌ ଦେଲେ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି ଏହି ଉଡ଼ନ୍ତା ଆତଙ୍କୀ । ତେବେ ଏହି ଆତଙ୍କ ଭିତରେ ବରଗଡ଼ ଜିଲ୍ଲାରେ ଗୋଡ଼ଭଗାର ଲହଣ୍ଡା ରାସ୍ତା କଡରେ ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

ଗତକାଲି ରାତି ଠାରୁ କିଛି ଚାଷୀ ଏହାକୁ ଦେଖି ସ୍ଥାନୀୟ ଚାଷୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ପଲ ପଲ ହୋଇ ଅରଖ, କପା ଓ ଶିଶୁ ଗଛ ରେ ବସି ଗଛର ପତ୍ର କୁ ସମ୍ପୂର୍ଣ ଖାଇଦେଉଛନ୍ତି । ତେବେ କାଳେ ପନିପରିବା ଓ ଧାନ ଫସଲ ନଷ୍ଟ କରିଦେବେ ଏନେଇ ଜିଲ୍ଲା କୃଷି ବିଭାଗକୁ ସୂଚନା ଦେଇଥିଲେ ଗାଁ ଲୋକେ । ତେବେ କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ବ୍ଲକ କୃଷି ଅଧିକାରୀ ପ୍ରଥମେ ସେହିସ୍ଥାନରେ ଅନୁଧ୍ୟାନ କଲା ପରେ ଜିଲା କୃଷି ଅଧକାରୀଙ୍କୁ ଜଣାଇଥିଲେ ତେବେ ଆଜି କୃଷି ଅଧିକାରୀ ସର୍ଭିଲେନ୍ସ ଟିମ ଓ କୃଷି ବିଜ୍ଞାନ ଅଧିକାରୀମାନେ ପହଂଚି ନିରୀକ୍ଷଣ କରୁଛନ୍ତି ।

   ସମ୍ବନ୍ଧିତ ଖବର


କୋଇଲା ବୋଝେଇ ଅଟୋ ଜବତ, ଚମ୍ପଟ ମାରିଲା ଡ୍ରାଇଭର

ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣା: ଗିରଫ ସଂଖ୍ୟା ୭ରେ ପହଞ୍ଚିଲା, ଏବେସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ

ନିଷ୍ଠୁର ଦାଦା; ଛତୁଆ କଂସାରେ ପାଦ ପଡିଯିବାରୁ ଜୀବନରୁ ମାରିଦେଇଥିଲା ଝିଆରୀକୁ, ଏବେ ମାନିଲା ସତ…

ବାଲେଶ୍ବର ଉପନିର୍ବାଚନରେ ସବୁଠୁ ବୟସ୍କ ଏବଂ ଗରିବ ପ୍ରାର୍ଥୀ ବେଣୁଧର; ସାଇକେଲରେ ବୁଲି କରୁଛନ୍ତି ପ୍ରଚାର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା, ୨ ଜଣଙ୍କୁ ମାଡ ମାରିଲେ ମାଓବାଦୀ…