ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚନ୍ଦ୍ରାଣୀ ମୁର୍ମୁଙ୍କ ମୋର୍ଫଡ୍ ସେକ୍ସ ଭିଡିଓ ଭାଇରାଲ ମାମଲାର ମାଷ୍ଟର ମାଇଣ୍ଡ ଗିରଫ

ଘଟଗାଁ ୧୦/୪: ଗିରଫ ହେଲା ଚନ୍ଦ୍ରାଣୀ ମୁର୍ମୁଙ୍କ ମୋର୍ଫଡ୍ ସେକ୍ସ ଭିଡିଓ ଭାଇରାଲ ମାମଲାର ମାଷ୍ଟର ମାଇଣ୍ଡ । ଗତକାଲି ରାତିରେ ଢେଙ୍କିକୋଟ ବଜାରରୁ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାର୍ଡ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସେଲ୍‌ର କୋଡିନେଟର ଜୟଦେବ ଗିରି । ଜୟଦେବଙ୍କ ଘର ଘଟଗାଁ ଥାନା ଅନ୍ତର୍ଗତ ନଙ୍ଗଳକଂଟି ଗ୍ରାମରେ । ଜୟଦେବଙ୍କ ସହଯୋଗୀ ବିଷ୍ଣୁଦତ୍ତ ବାରିକ୍‌ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

{"id":11591,"width":401,"height":713}

କିଛି ଦିନ ତଳେ କେନ୍ଦୁଝର ଲୋକସଭା ଆସନ ପ୍ରାର୍ଥୀନି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଭିଡିଓଟି ତାଙ୍କର ନୁହେଁ ବୋଲି ଚନ୍ଦ୍ରାଣୀ ମୁର୍ମୁ ଗଣମାଧ୍ୟମକୁ କହିବା ସହ ପୋଲିସର ସହାୟତା ମଧ୍ୟ ନେଇଥିଲେ । ଏ ନେଇ ଗତକାଲି(ମଙ୍ଗଳବାର) ସୌଭାଗ୍ୟ ସୋରେନ ଜୟଦେବ ଗିରି, ବିଷ୍ଣୁଦତ୍ତ ବାରିକ ଏବଂ ବିଜେପିର ଅନ୍ୟ କିଛି ସମର୍ଥକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେନ୍ଦୁଝର ପୋଲିସ ତନାଘନା ଚଳାଇଥିଲା । ତଦନ୍ତ କରି ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ୍ ରୁ ଏହି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।  

{"id":11592,"width":410,"height":729}

ସେମାନେ କେନ୍ଦୁଝର ଲୋକସଭା ପ୍ରାର୍ଥୀନିଙ୍କର ମର୍ଫଡ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ କେନ୍ଦୁଝର ପୋଲିସର ଘଟଣା ତଦନ୍ତ କରି ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ୍ ରୁ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

କହିରଖୁଛୁ କେନ୍ଦୁଝର ଲୋକସଭା ସାଂସଦ ସକୁନ୍ତଳା ଲାଗୁରୀଙ୍କ ଟିକେଟ୍ କାଟି ସେଠାରେ ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଦଳ । ପ୍ରାର୍ଥୀ ଘୋଷଣା କରିବା ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରାଣୀ ବିଜେଡିରେ ଯୋଗଦେଇଥିଲେ । ଚନ୍ଦ୍ରାଣୀ କିଏ ଏବଂ ସେ କେମିତି ଟିକେଟ୍ ପାଇଲେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ତାଙ୍କ ବିରୋଧରେ ଏଭଳି କାଣ୍ଡ ଭିଆଇଥିଲେ ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.