ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ

କେନ୍ଦୁଝର, ୨୭।୪: କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ପୋଲିସ ପଞ୍ଝାରେ ଅନ୍ତଜିଲ୍ଲା ଡକାୟତ ଦଳର ମାଷ୍ଟର ମାଇଣ୍ଡ ଦାଶରଥି ଧିବର । ତା’ ଠାରୁ ଏକ ପିସ୍ତଲ, ଏକ ବୋଲେରୋ, ଏକ ମୋଟର ସାଇକେଲ, ଏକ ଛୁରୀ ସହ ୧୪ଟି ସୁନା ଲକେଟ୍ ଓ ୫୦୦ ଗ୍ରାମର ରୂପା ଗହଣା ଜବତ ହୋଇଛି । ତା’ ନାମରେ କେନ୍ଦୁଝର ସମେତ ୪ଟି ଜିଲ୍ଲାରେ ୨୮ ଟି କେଶ ରହିଛି । ଦାଶରଥି ନାଁରେ କେନ୍ଦୁଝର, ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ୨୮ ଗୋଟି ବଡ଼ ଡକାୟତି କେସ୍ର ମାଷ୍ଟର ମାଇଣ୍ଡ ଥିଲା । ଦାଶରଥିର ଘର ବମେବାରୀ ଥାନାର ଧନୁର୍ଜୟପୁର ଗାଁରେ ବୋଲି ଜଣାପଡ଼ିଛି । 

ଗତ ୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ଦାଶରଥି ଧୀବରଙ୍କ ନେତୃତ୍ୱରେ ୬ ଜଣ ଡକାୟତ ଲୁଟ୍ କରିଥିଲେ । ନୟାକୋଟ ଥାନା ଅଞ୍ଚଳ ଫୁଲଝରସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ବିଳମ୍ବିତ ରାତିରେ ଗୁଳି ଫୁଟାଇ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଏହି ମାମଲା ଆଧାରରେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ପୂର୍ବରୁ ୧୬ ତାରିଖରେ ୫ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ, ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତୀ ଘଟଣାର ମାଷ୍ଟର ମାଇଣ୍ଡ  ଦାଶରଥୀ ଧୀବର ଫେରାର ଥିଲା । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ଶେଷରେ ଡକାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.