ମ୍ୟାଚ୍ ଫିକ୍ସିଂ: ବୁକି ସଞ୍ଜୀବ ଭାରତ ଆସିବା ପରେ ବଢିଲା ପୂର୍ବତନ କ୍ରିକେଟରଙ୍କ ଚିନ୍ତା

ନୂଆଦିଲ୍ଲୀ, ୧୩୦୨ କ୍ରିକେଟ୍ ମ୍ୟାଚ ପିକ୍ସର ସଞ୍ଜୀବ ଚାଓ୍ୱଲାଙ୍କ ଭାରତ ପ୍ରତ୍ୟାର୍ପଣ ପରେ ଅନେକ ପୂର୍ବତନ କ୍ରିକେଟରଙ୍କ ଚିନ୍ତା ବୃଦ୍ଧି ପାଇଛି। ଦିଲ୍ଲୀ ପୋଲିସ ସାଉଥ ଆଫ୍ରିକାର ପୂର୍ବତନ ଅଧିନାୟକ ସ୍ୱର୍ଗତଃ ହେଂସି କ୍ରୋନିଆଙ୍କ ସହ ଜଡିତ ମ୍ୟାଚ ଫିକ୍ସିଂ ମାମଲାରେ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡକୁ ଲଣ୍ଡନରୁ ଭାରତ ଅଣାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସଞ୍ଜୀବ ଅନେକ ଭାରତୀୟ ଖେଳାଳିଙ୍କ ସମେତ ବିଦେଶୀ କ୍ରିକେଟରଙ୍କ ଲିଙ୍କରେ ରହିଛି ବୋଲି ସୂଚନା ଦେଇଛି।

ଲଣ୍ଡନରେ ଥିବା ସଞ୍ଜୀବଙ୍କ ବାସଭବନକୁ ଅନେକ ଭାରତୀୟ ଖେଳାଳିଙ୍କ ୟିବା ଆସିବା ଲାଗି ରହିଥାଏ।ସଞ୍ଜୀବଙ୍କ ଫୋନ ରେକର୍ଡ ଯାଂଚ ବେଳେ ୨୦୦୦ ମସିହା ଫେବ୍ରୁଆରୀ ଓ ମାର୍ଚ୍ଚ ମାସର  କଲ ରେକର୍ଡ ମିଳିଥିଲା। ଏଥିରେ ଭାରତ-ସାଉଥ ଆଫ୍ରିକା ମ୍ୟାଚରେ ଫିକ୍ସିଂ କରାଯାଇଥିବା ସୂଚନା ମିଳିଥିଲା।ତେବେ ସଞ୍ଜୀବ ଲଣ୍ଡନ ପଳାୟନ କରିବା ପରେ ତାକୁ ଜେରା କରାଯାଇ ପାରି ନଥିଲା। ଏପରିକି ସେତେବେଳେ ତା ସହ ଜଡିତ ଅନେକ ପୂର୍ବତନ କ୍ରିକେଟଙ୍କୁ ମଧ୍ୟ ତଦନ୍ତର ସାମ୍ନା କରିବାକୁ ପଡିନଥିଲା।

ସେ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେକ ଷ୍ଟିବର୍ଟଙ୍କୁ ମ୍ୟାଚରେ ଖରାପ ଖେଳିବା ପାଇଁ ଲାଞ୍ଚ ଯାଚିଥିବା ଆଉଜଣେ କ୍ରିକେଟର କ୍ରିସ ଲୁଇସ କୁଲାସା କରିଥିଲେ। ତଦନ୍ତରେ ଭାରତ, ପାକିସ୍ତାନ, ଓ୍ୱେଷ୍ଟଇଣ୍ଡିଜ ସମେତ ଅନେକ ଦେଶର କ୍ରିକେଟର ସଞ୍ଜୀବ ସହ ସମ୍ପର୍କ ରଖିଥିବା ସ୍ପଷ୍ଟ ହୋଇଥିଲା। ଦିଲ୍ଲୀ ପୋଲିସର ପୂର୍ବତନ କମିଶନର ରାଜ ଶର୍ମା ଦୁବାଇ ସ୍ଥିତ ସିଣ୍ଡିକେଟଙ୍କ ସହ ସଞ୍ଜୀବଙ୍କ ସମ୍ପର୍କ ଥିବା ଏକ ଫୋନ ନମ୍ବରରୁ ଜଣାପଡିଥିବା କହିଥିଲେ। ଏପରିକି ଅଣ୍ଡରଓ୍ୱାର୍ଲ୍ଡ୍ ସାହିନ ହେଥଲେ ସହ ୨୦୦୦ରେ ସଞ୍ଜୀବର ସମ୍ପର୍କ ଥିବା ଜଣାପଡିଥିଲା। ଅନେକ ତଥ୍ୟ ପଚରା ଉଚରା ପରେ ସାମ୍ନାକୁ ଆସିଛି ବୋଲି ଶର୍ମା କହିଛନ୍ତି। ସେ ଅନେକ ମ୍ୟାଚର ପରିଣାମ ପରିବର୍ତ୍ତନ ପାଇଁ  କେତେକ କ୍ରିକେଟରଙ୍କୁ ଲାଞ୍ଚ ମଧ୍ୟ ଦେଇଛି। ଏହାସହ ଅନ୍ୟ କେତେକ ତଥ୍ୟ ମଧ୍ୟ ଅଧିକ ଜେରା ପରେ ସାମ୍ନାକୁ ଆସିବ ବୋଲି ରାଜ ଶର୍ମା କହିଛନ୍ତି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ