PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଫେବୃଆରୀ ତୃତୀୟ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା,ଏଥର ରହିବନି ଅବ୍‌ଜେକ୍ଟିଭ୍ ପାର୍ଟ

ଭୁବନେଶ୍ବର ୧୭/୧୨: ଫେବୃଆରୀ ତୃତୀୟ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଫେବୃୟାରୀର ତୃତୀୟ ସପ୍ତାହର କେଉଁ ତାରିଖରେ ପରୀକ୍ଷା କରାଯିବା ତାହ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚାନା ଦିଆଯାଇଛି। ତେବେ ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି।

ଚଳିତ ମାଟ୍ରିକ୍ ପରୀକ୍ଷାରେ ସୁଧାର ଆଣିବା ପାଇଁ ସ୍କୁଲ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ପରୀକ୍ଷା କିପରି ସୁରୁଖୁରରେ ସମ୍ପାଦିତ ହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ମାଟ୍ରିକ୍ ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହି ପ୍ରଶ୍ନ ପତ୍ର ରହୁଥିବା ଷ୍ଟ୍ରଙ୍ଗରୁମ ଗୁଡିକ ସୁରକ୍ଷା ଦେବା ପାଇଁ କଡା ପଦକ୍ଷପ ନିଆଯିଉଛି। ଗତବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା ସେହି କେନ୍ଦ୍ରଗୁଡିକ ଉପରେ ଚଳିତବର୍ଷ ବିଶେଷ ଧ୍ୟାନ ଦିଆଯିବ ପରୀକ୍ଷାକୁ ସମ୍ପଦନ ଏବଂ ଯଥା ସମୟରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ବୋର୍ଡର ପରୀକ୍ଷା କମିଟି ବୈଠକ ଅନୁସାରେ ଆସନ୍ତା ଫେବ୍ରୁଆରି ୨୨ତାରିଖରୁ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଆଲୋଚନା ହୋଇଥିଲା କିନ୍ତୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ତାରିଖ ଏବେ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

ପୂର୍ବବର୍ଷ ଭଳି ଆଉ ମାଟ୍ରିକ୍‌ ପରୀକ୍ଷାର ଅବ୍‌ଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ବିଶିଷ୍ଟ ଓଏମ୍‌ଆର୍‌ ପ୍ରଶ୍ନପତ୍ର ଆସିବ ନାହିଁ। ଏହା ବଦଳରେ ଚଳିତ ବ‌ର୍ଷ ସଂକ୍ଷିପ୍ତ ଉତ୍ତରମୂଳକ (୧ନମ୍ବର ବିଶିଷ୍ଟ) ୫୦ଟି ପ୍ରଶ୍ନ ଆସିବ ଯାହାର ଉତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବୁକ୍‌ଲେଟରେ ଲେଖିବାକୁ ପଡ଼ିବ। କିନ୍ତୁ ପୂର୍ବବର୍ଷ ଭଳି ଏବର୍ଷ ଦୀର୍ଘ ଉତ୍ତରମୂଳକ ବିଭାଗ(ସବ୍‌ଜେକ୍ଟିଭ୍ ପାର୍ଟ) ପ୍ରଶ୍ନ ଆସିବ। ଏହି ଢାଞ୍ଚା ପରିବର୍ତ୍ତନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ଜୋର୍‌ଦାର୍‌ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର