ମାଟ୍ରିକ୍ ପ୍ରଶ୍ନପତ୍ର ପୁଣି ଭାଇରାଲ୍ ! ବୋର୍ଡ କହିଲା ‘ଭାଇରାଲ୍ ଭଳି ଘଟଣା ଘଟି ନାହିଁ’, ମନ୍ତ୍ରୀ କହିଲେ ‘ଭାଇରାଲ୍ ନେଇ ଖବର ନାହିଁ’

କଳାହାଣ୍ଡି ୧୯।୨:  ମାଟ୍ରିକ୍ ପ୍ରଶ୍ନପତ୍ର ପୁଣି ଭାଇରାଲ। ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି। ତେବେ ଏବର୍ଷ ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ପରୀକ୍ଷା ଚାଲିଥିବା ବେଳେ ମୋବାଇଲରୁ ମୋବାଇଲକୁ ଘୂରିବୁଲିଥିବା ପ୍ରଶ୍ନପତ୍ର । ତେବେ କେଉଁ ପରୀକ୍ଷା କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ଯଦିଓ ଏହାର ସତ୍ୟାସତ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।ଗତବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । ହେଲେ ଏତେ ସୁରକ୍ଷା ଭିତରେ କିଭଳି ପ୍ରଶ୍ନପତ୍ର ଲିକ୍ ହୋଇପାରିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ ପରୀକ୍ଷା ଚାଲିଥିବା ବେଳେ କ୍ୟାପିଟାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ସେ କିଛି ଜାଣିନାହାନ୍ତି । ଘଟଣା ସଂପର୍କରେ ତଦନ୍ତ କରାଯିବ । ଯଦି ଘଟଣା ସତ ହୋଇଥାଏ ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।   

ତେବେ ପ୍ରଶ୍ନପତ୍ର ଭାଇରାଲ ଭଳି କୌଣସି ଘଟଣା ଘଟିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ଶୃଙ୍ଖଳିତ ଢଙ୍ଗରେ ହୋଇଥିବା ବୋର୍ଡ ସଭାପତି ରାମାସିସ୍ ହାଜରା ସୂଚନା ଦେଇଛନ୍ତି ।

 

   ସମ୍ବନ୍ଧିତ ଖବର


ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ

ପାଟିରେ ସୁନା ବିସ୍କୁଟ ପୂରାଇ ଚେନ୍ନାଇ ଯିବାକୁ ଚେଷ୍ଟା କରୁଥିଲେ ସ୍ମଗଲିଂର: କଥା କହି ପାରିଲେନି ବୋଲି ଏୟାରପୋର୍ଟରେ ଧରାପଡିଲେ, ୪୦୦ ଗ୍ରାମର ସୁନା ଜବତ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…

ଏହି ଦେଶର ରାଷ୍ଟ୍ରପତିଙ୍କ ଅଜବ ଯୁକ୍ତି; “ଆମକୁ ଆବଶ୍ୟକ ନାହିଁ କରୋନା ଭ୍ୟାକ୍‌ସିନ, କେବଳ ମୋ କୁକୁରକୁ ଦରକାର”…

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା