ମାଟିଓ ପେଲିକନ୍ ରେସଲିଂ ଚାମ୍ପିଅନ୍ସିପ୍: ୩୪ ଜଣିଆ ଭାରତୀୟ ଦଳ ଘୋଷଣା, ୪ବର୍ଷର ବାସନ୍ଦ ପରେ ରେସଲିଂ କରିବେ ନରସିଂହ ଯାଦବ

ନୂଆଦିଲ୍ଲୀ, ୨୫/୦୨: ଇଟାଲୀର ରୋମ ସହରରେ ଆସନ୍ତା ମାସ ୪ ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ମାଟିଓ ପେଲିକନ୍ ରେସଲିଂ ଚାମ୍ପିଅନ୍ସିପ୍ ପାଇଁ ୩୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ୪ବର୍ଷର ବାସନ୍ଦ ଅବଧି କଟାଇ ସାରିଥିବା ଚର୍ଚ୍ଚିତ ରେସଲର ନରସିଂହ ଯାଦବ ପୁଣି ଥରେ ରେସଲିଂ ମ୍ୟାଟ୍କୁ ଫେରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୀପକ ପୁନିଆ, ରବି କୁମାର, ବଜରଙ୍ଗ ଓ ଭିନେଶ ଫୋଗଟ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।
ପୁରୁଷ ଫ୍ରି-ଷ୍ଟାଇଲ ଦଳ: ରବି କୁମାର (୫୭କିଲୋ), ପଙ୍କଜ (୫୭କିଲୋ), ବଜରଙ୍ଗ (୬୫କିଲୋ), ରୋହିତ(୬୫କିଲୋ), ବିଶାଳ କାଲିରମଣ (୭୦କିଲୋ), ସନ୍ଦିପ ସିଂହ ମାନ (୭୪କିଲୋ), ନରସିଂହ ଯାଦବ (୭୪କିଲୋ), ଜିତେନ୍ଦର (୭୪କିଲୋ), ରାହୁଲ ରଥି (୭୯କିଲୋ), ଦୀପକ ପୁନିଆ (୮୬କିଲୋ), ପ୍ରବୀଣ ଚହର(୮୬କିଲୋ), ପ୍ରବୀଣ (୯୨କିଲୋ), ସତ୍ୟବ୍ରତ କାର୍ଡିଆନ୍ (୯୭କିଲୋ), ସୁମିତ(୧୨୫କିଲୋ) ।
ଗ୍ରେକୋ-ରୋମାନ: ଅର୍ଜୁନ ହାଲାକୁର୍କୀ (୫୫କିଲୋ), ମନୀଷ (୬୦କିଲୋ), ନୀରଜ (୬୩କିଲୋ), ଗୌରବ ଦୁହୁନ (୬୭କିଲୋ), କୁଲଦୀପ ମଲିକ୍ (୭୨କିଲୋ), ଗୁରପ୍ରୀତ ସିଂହ (୭୭କିଲୋ), ହରପ୍ରୀତ ସିଂହ (୮୨କିଲୋ), ସୁନିଲ କୁମାର (୮୭କିଲୋ), ଦୀପାଂଶୁ (୯୭କିଲୋ), ନବୀନ (୧୩୦କିଲୋ) ।
ମହିଳା ଦଳ: ମିନାକ୍ଷୀ (୫୦କିଲୋ), ଭିନେଶ (୫୩କିଲୋ), ନନ୍ଦିନୀ ବାଜିରାଓ ସାଲୋଖେ (୫୩କିଲୋ), ଅଂଶୁ (୫୭କିଲୋ), ସରିତା (୫୯କିଲୋ), ସୋନମ (୬୨କିଲୋ), ଶାକ୍ଷୀ ମଲ୍ଲିକ୍(୬୨କିଲୋ), ନିଶା (୬୫କିଲୋ), ଅନିତା ୬୮କିଲୋ), କିରଣ(୭୬କିଲୋ) ।