PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଭାରତୀୟ ବଂଶୋଦ୍ଭବ ମରିସସ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ପଦ୍ମ ବିଭୂଷଣ ଅନୀରୁଧ ଜୁଗନୌଥଙ୍କ ପରଲୋକ

pic-gistmania.com

ପୋର୍ଟ ଲୁଇସ; ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ପଦ୍ମବିଭୂଷଣ ଭାରତୀୟ ବଂଶୋଦ୍ଭଭ ସାର୍ ଅନୀରୁଧ ଜୁଗନୌଥ୍‌ଙ୍କର ପରୋଲକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୟୁରୋପୀୟ ୟୁନିୟନର ମରିସସ୍‌ ରାଷ୍ଟ୍ରଦୂତ ଭିନ୍‌ଲେଣ୍ଟ ଡେଜର୍ଟ ଟ୍ୱିଟ୍ କରି ଏହି ସୂଚନା ଦେବା ସହିତ ଅନୀରୁଧଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନୀରୁଧଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକବାର୍ତ୍ତା ଦେଇଛନ୍ତି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି ” ପଦ୍ମବିଭୂଷଣ ସାର୍ ଅନୀରୁଧ ଜୁଗନୌଥ, ରାଷ୍ଟ୍ରପୁରୁଷ, ଆଧୁନିକ ମରିସସ୍‌ର ବିନ୍ଧାଣୀ ତଥା ଗର୍ବିତ ପ୍ରବାସୀ ଭାରତୀୟ ଥିଲେ ଅନୀରୁଧ ଜୁଗନୌଥ୍। ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାଖିକ ସମ୍ପର୍କ ସୁଦୃଢ଼ କରିଥିଲେ। ଆଜି ତାଙ୍କ ବିୟୋଗରେ ତାଙ୍କ ପରିବାର ପ୍ରତି ଓ ମରିସସ୍‌ର ପ୍ରତ୍ୟେକ ନାଗରିକଙ୍କ ପ୍ରତି ମୋର ସମବେଦନା”

ଅନୀରୁଧ ଜୁଗନୌଥଙ୍କ ବିୟୋଗରେ ମରିସସ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି। ମୋଦିଙ୍କ ସମେତ  ଅନେକ ବଡ଼ ବଡ଼ ନେତା ତାଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ସରକାର ତାଙ୍କୁ ଗତବର୍ଷ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରିଥିଲେ।