ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲ୍

ନୂଆଦିଲ୍ଲୀ, ୩୦।୧୦: ଲୁଧିୟାନା-ପଞ୍ଜାବରେ ଇମ୍ପେରିୟାଲ ଗ୍ଲିଟଜ୍  (Imperial Glitz) ଦ୍ବାରା ଆୟୋଜିତ ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୦ର ମୁକୁଟ ଜିତିଛନ୍ତି ବୈଷ୍ଣବୀ  ସିଂଙ୍କୁ। ବୈଷ୍ଣବୀ ଡାକ୍ତର ଏଚ.ଏନ୍  ସିଂ ପଟେଲ ସୋନାଡିହ(ଥାନିଦାସ)ଙ୍କ ଝିଅ। ବୈଷ୍ଣବୀ ସିଂ(୨୦) ବିଏସସି ଦ୍ବିତୀୟ ବର୍ଷର AFFT ରେ ଫିଲ୍ମ ସିଟି ନୋଏଡାର ଛାତ୍ରୀ।

ପରିବାର ଲୋକଙ୍କ କହିବା ଅନୁସାରେ, ବୈଷ୍ଣବୀ  ପାଠପଢାରେ ମଧ୍ୟ ଖୁବ୍ ମେଧାବୀ, ପଢା ସହିତ ମଡେଲିଂ କ୍ଷେତ୍ରରେ କ୍ୟାରିୟର କରିବାର ସ୍ବପ୍ନ ଥିବା କାରଣରୁ ସେ ମିସ୍ ଇଣ୍ଡିଆ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ଓ କରୋନା ସଂକ୍ରମଣ କାଳର ଆରମ୍ଭ ହେବାପରେ ଆଶା ନଥିଲା ଯେ ଆୟୋଜନ ଏଥର ମଧ୍ୟ ହୋଇପାରିବ।  ତେବେ ଠିକ୍ ସମୟରେ ଏହା ଆୟୋଜନା ହେବା ଓ ଏଥିରେ ସେ ଜିତିବା ପରେ ତାଙ୍କର ଚେଷ୍ଟା ସଫଳ ହୋଇଛି।

ଉତ୍ତର ପ୍ରଦେଶର ମଉ ଜିଲ୍ଲାର ବୈଷ୍ଣଭି ସିଂଙ୍କୁ ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୦ ଟାଇଟଲ ମିଳିବାର ସୂଚନା ପରେ ତାଙ୍କ ଘରକୁ ଅଭିନନ୍ଦ ଦେବାକୁ ଲୋକଙ୍କର ଭିଡ ଲାଗି ରହିଥିଲା।  ଏହି କଥାର ସୂଚନା ମିଳିବା ପରେ ତାଙ୍କର ବାପା ଡାକ୍ତର ଏଚ.ଏନ୍ ସିଂ ପଟେଲ ଝିଅର ସଫଳତାରେ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ଏବେ ସେ ଆଗକୁ ପ୍ରସ୍ତୁତିରେ ଲାଗି ରହିବେ, ଯାହାଫଳରେ ଦେଶର ନାଁ ବିଶ୍ବସ୍ତରରେ ଉଜ୍ବଳ କରିପାରିବେ

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍