ଏପ୍ରିଲ ମାସ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଣିପାରେ ଅସୁବିଧା, କିଭଳି କରିବେ ପ୍ରତିକାର

ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ୧୨ଟି ରାଶି ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ଅଲଗା ଅଲଗା ରାଶି ରହିଛି। ବ୍ୟକ୍ତିମାନେ ନିଜ ନିଜ ରାଶି ଅନୁସାରେ ଯଦି ସଠିକ ଉପାୟ ବାହାର କରିପାରିବେ ତେବେ ଘଟିବାକୁ ଥିବା ଅସୁବିଧାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ମେଷ ରାଶିରୁ ନେଇ ମୀନ ରାଶି ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପାଇଁ ଏହି ମାସଟି କେମିତି ରହିବ ଓ ଏଥିପାଇଁ କଣ ପ୍ରତିକାର ରହିଛି।

ମେଷ: ଆର୍ଥିକ ପକ୍ଷ ମଜବୁତ ରହିବ। କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ଦେଖାଦେଇପାରେ। ଅଫିସରେ କାହା ସହିତ ବି ମନାନ୍ତର ହୋଇପାରେ। ଏହାର ପ୍ରତିକାର ପାଇଁ ପ୍ରାତଃରେ ସୁର୍ଯ୍ୟ ଦେବଙ୍କୁ ଜଳ ଚଢ଼ାନ୍ତୁ, ଆଦିତ୍ୟ ହୃଦୟ​ ମନ୍ତ୍ର ପାଠ କରନ୍ତୁ।

ବୃଷ ରାଶି: ଏହି ମାସରେ ଆପଣଙ୍କୁ ପ୍ରମୋସନ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ। ନୂଆ ସମ୍ପର୍କ ଗଢ଼ିପାରନ୍ତି। ପୁରା ମାସ ଆପଣ କଳା କୁକୁରକୁ ରୋଟି କିମ୍ବା ଖାଇବାକୁ ଦିଅନ୍ତୁ।

ମିଥୁନ ରାଶି: ବ୍ୟାପାର କ୍ଷେତ୍ରରେ ନୂଆ ଠିକଣା ମିଳିପାରେ। କିଛି ମହିଳା ବର୍ଗଙ୍କଠାରୁ ଲାଭ ମିଳିପାରେ। ଶିବ ଲିଙ୍ଗ ଉପରେ ହଳିଦିଆ ଫୁଲ ଚଢ଼ାନ୍ତୁ।

କର୍କଟ ରାଶି: ସମ୍ପର୍କକୁ ନେଇ ସାବଧାନ ରୁହନ୍ତୁ। କ୍ୟାରିୟର କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। କ୍ଷୀର ଦାନ କରନ୍ତୁ କାରୋବାରରେ ଲାଭ ମିଳିବ।

ସିଂହ ରାଶି: ଧନ ପ୍ରାପ୍ତି ହେବ, ନୂଆ ଘର କିମ୍ବା ନୂଆ ଗାଡ଼ି କିଣିପାରନ୍ତି। ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ କାର୍ଯ୍ୟରେ ଉନ୍ନତି ଆସିବ।

କନ୍ୟା ରାଶି: ଧନ ପ୍ରାପ୍ତି ହେବ। ଘର ପରିବାରରେ ଚାଲୁଥିବା ମତଭେଦ ଦୂର ହେବ। ଯଶ ପ୍ରାପ୍ତିର ଯୋଗ ରହିଛି। କୈାଣସି ଏକ ମହିଳାକୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ ଅସୁବିଧା ଦେଖାଦେବ ନାହିଁ।

ତୁଳା ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟାପାରରେ ଲାଭ ଦେଖାଦେବ। ଯାନବାହନ ଭଲ ଭାବେ ଚଲାନ୍ତୁ। ସୁହାଗିନ ସ୍ତ୍ରୀକୁ ସୁହାଗ ସାମଗ୍ରୀ ଦାନ କରନ୍ତୁ ଆର୍ଥିକ ଓ ବ୍ୟାପରରେ ଉନ୍ନତି ଆସିବ।

ବିଛା ରାଶି: ଚାକିରୀ ଲାଭ ଆସିବ। ବିରୋଧୀ ଶତ୍ରୂ ଶାନ୍ତ ରହିବେ। ଫସି ରହିଥିବା ଟଙ୍କା ପୁଣି ଥରେ ଫେରୀ ପାଇବେ। ଚାରିଟି ମଙ୍ଗଳବାର ହନୁମାନ ମନ୍ଦିରରେ ଲଡ଼ୁ ଚଢ଼ାନ୍ତୁ ଓ ମା ଦୁର୍ଗାଙ୍କ ସପ୍ତସତୀକୁ ପାଠ କରନ୍ତୁ।

ଧନୁ ରାଶି: ମିଡ଼ିଆ, ଫିଲ୍ମ ସହିତ ଯୋଡ଼ି ରହିଥିବା ଲୋକଙ୍କ ପାଇଁ ଏହି ମାସ ଅତ୍ୟନ୍ତ ଶୁଭଦାୟକ। ଶରୀରର ଧ୍ୟାନ ରଖନ୍ତ। ବିଷ୍ଣୁ ଭଗବାନଙ୍କୁ ବେସନ ଲଡୁ ଚଢ଼ାନ୍ତୁ ଓ ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ।

ମକର ରାଶି: ଚାକିରି ମିଳିବାର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରର ଏପ୍ରିଲ ମାସ ବହୁତ ଶୁଭଦାୟକ। ହନୁମାନ ଚାଲିସା ପାଠ କରନ୍ତୁ।

କୁମ୍ଭ ରାଶି: ବିଦେଶ ଯାତ୍ରାର ଯୋଗ ରହିଛି। ଦରକାରୀ ଲୋକଙ୍କୁ ଜୋତା କିଣିକି ଦିଅନ୍ତୁ। ସନ୍ଧ୍ୟା ସମୟରେ ଘର ଅଗଣାରେ ଦୀପ ଜଳାନ୍ତୁ।

ମୀନ ରାଶି: ଶରୀର ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ ସମ୍ଭାଳିକରି ଚଲାନ୍ତୁ। ପ୍ରତି ଗୁରୁବାର ଶିବ ଅମୋଘ କବଚ ପାଠ କରନ୍ତୁ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ

ଆଜିର ରାଶିଫଳ (୨୩/ ୧୧, ସୋମବାର)

ଏହି ସପ୍ତାହର ରାଶିଫଳ-କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୨/୧୧,ରବିବାର)