PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କଂଗ୍ରେସକୁ ଟାର୍ଗେଟ୍ କଲେ ମାୟାବତୀ: ‘ଅନ୍ୟମାନଙ୍କ କଥା ଚିନ୍ତା ନକରି ନିଜକୁ ଆଗ ଦେଖ’

ଲକ୍ଷ୍ନୌ ୨୮/୧୨: କଂଗ୍ରେସର ସ୍ଥାପନା ଦିବସରେ କଂଗ୍ରେସ ସାରା ଦେଶରେ ନାଗରିକତା ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଛି । ଏହି ବିରୋଧର ନାଁ ଦିଆଯାଇଛି ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ । ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଯୋଗୁଁ ଦେଶରେ ଘୃଣା ବ୍ୟାପୁଛି । ଅନ୍ୟପଟେ ବିଜେପି କହିଛି ସମ୍ବିଧାନ ବଞ୍ଚାଓ ନାମରେ ଦେଶରେ ଏମିତି ପରିସ୍ଥିତି ସୃଷ୍ଟି କରାଯାଉଛି ଯେଉଁଥିରେ ଧାର୍ମିକ ପ୍ରଦର୍ଶନ ସହିତ ହିଂସା ମଧ୍ୟ ଦେଖାଯାଉଛି । କଣ ହିଂସା ଓ ଗୁଜବ ସୃଷ୍ଟି କରିବା ହିଁ ସମ୍ବିଧାନ ବଞ୍ଚାଅ ବୋଲି ବିଜେପି ପ୍ରଶ୍ନ କରିଛି ।

ତେବେ ଏହି ମାମଲାରେ ୟୁପି ପୂର୍ବତନ ସିଏମ୍  ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି । ମାୟାବତୀ ପ୍ରିୟଙ୍କା ଗାନ୍ଧୀଙ୍କ ଟିପ୍ପଣୀର ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ ଅନ୍ୟମାନଙ୍କ ଚିନ୍ତା କରିବା ଅପେକ୍ଷା ଆତ୍ମଚିନ୍ତନ କରିବା ଉଚିତ୍ । ମାୟାବତୀ ଟ୍ୱିଟ୍ କରି କହିଛନ୍ତି, ‘କଂଗ୍ରେସ ଆଜି ନିଜ ପାର୍ଟିର ସ୍ଥାପନା ଦିବସକୁ ଭାରତ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ରୂପେ ପାଳନ କରୁଛି । ଏହି ଅବସରରେ ଅନ୍ୟମାନଙ୍କ ପ୍ରତି ଚିନ୍ତା କରିବା ଅପେକ୍ଷା ଯଦି କଂଗ୍ରେସ ସ୍ୱୟଂର ସ୍ଥିତି ନେଇ ଆତ୍ମଚିନ୍ତନ କରିବ ତେବେ ଭଲ ହେବ ଯେଉଁଥିରୁ ବାହାରିବା ପାଇଁ ତାକୁ ଏତେ ନାଟକ କରିବାକୁ ପଡୁଛି ।‘

କହିରଖୁଛୁ କଂଗ୍ରେସ ଆଜି ପାର୍ଟିର ୧୩୫ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ଶନିବାର ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀ ପହଞ୍ଚି ଏସପି ଓ ବିଏସପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ଉଭୟ ପାର୍ଟି ସରକାରଙ୍କୁ ଡରି କିଛି କରୁନି । କିନ୍ତୁ କଂଗ୍ରେସ ସଙ୍ଘର୍ଷ କରିବା ପାଇଁ ପ୍ରସ୍ତୁତ ଅଛି ।