PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

କଂଗ୍ରେସ, ବିଜେପିକୁ ଟାର୍ଗେଟ୍‌ କଲେ ମାୟାବତୀ: ‘ଓଡ଼ିଶାରେ ଦଳିତ ଅବହେଳିତ’

ଭୁବନେଶ୍ୱର,୨ା୪(ବ୍ୟୁରୋ): ଦେଶରେ ସବୁଠୁ ଗରିବ ରାଜ୍ୟ ହେଉଛି ଓଡି଼ଶା । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳକୁ ଗଲେ ସେଠି ଗରିବୀର ଚିତ୍ର ଆହୁରି ଭୟଙ୍କର । ଓଡ଼ିଶାରେ ଆଦିବାସୀ ଓ ପଛୁଆ ବର୍ଗର ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । କିନ୍ତୁ ସେମାନେ ସବୁଠୁ ଅବହେଳିତ । ଏଠି ଯିଏ ଯେତେବେଳେ ସରକାରକୁ ଆସିଛି ସେମାନଙ୍କୁ ଠକିଛି । କେବେ ଯାଏ ଏହାକୁ ବରଦାସ୍ତ କରିବ? କେବେ ଯାଏ ହାତ ପତେଇବ? ବରମୁଣ୍ଡାରେ ଆଜି ଆୟୋଜିତ ବିଶାଳ ସଭାକୁ ସମ୍ବୋଧିତ କରି ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ମାୟାବତୀ ଆଜି ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି ।

ଭାଷଣ ଆରମ୍ଭରୁ ମାୟାବତୀ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି । ସ୍ୱାଧୀନତା ପରେ ଲମ୍ବା ସମୟ ଧରି ଦେଶ ଓ ଅନ୍ୟ ରାଜ୍ୟରେ କଂଗ୍ରେସ, ବିଜେପି ଓ ଅନ୍ୟ ଦଳ ହାତରେ ରହି ଆସିଛି । କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତି ଓ ଭୁଲ କାର୍ଯ୍ୟପ୍ରଣାଳୀ ଯୋଗୁ ଦେଶ କ୍ଷତି ସହିଛି । ବିଜେପି ବି ସେହି ରାସ୍ତାରେ ଯାଇଛି । ଆର୍‌ଏସ୍‌ଏସ୍‌ ଓ ପୁଞ୍ଜିବାଦୀ ଚିନ୍ତାଧାରା ଯୋଗୁ ଦେଶ ପଛକୁ ଯାଇଛି । କେବଳ ପୁଞ୍ଜିପତିଙ୍କର ବିକାଶ ହୋଇଛି । ଗତ ନିର୍ବାଚନରେ ଗରିବ, ମଜଦୁର, କିଷାନ, ମହିଳା, ଆଦିବାସୀ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପାଇଁ ଅଚ୍ଛେ ଦିନ ଆଣିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଗତ ୫ ବର୍ଷରେ ଏହାର ଏକ ଚତୁର୍ଥାଂଶ ବି ପୂରଣ ହୋଇନି ।

ଏଥିରୁ ଧ୍ୟାନ ହଟାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଭିନ୍ନ ଭିନ୍ନ ନାଟକବାଜି କରୁଛନ୍ତି । ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ଲୋକଙ୍କ ଭୋଟ୍‌ ହାତେଇବାକୁ ପ୍ରତିଶ୍ରୁତି ଦେଇ ଚାଲିଥିଲେ । କିନ୍ତୁ ଆଉ କୌଣସି ନାଟକବାଜି କି ଜୁମଲାବାଜି ଚଳିବନି । ଚୌକିଦାରୀର ନୂଆ ନାଟକ ମୋଦିଙ୍କୁ ବଞ୍ଚାଇ ପାରିବନି । ଏଥର କେନ୍ଦ୍ରରେ ବିଜେପି ନିଶ୍ଚୟ ହାରିବ ବୋଲି ମାୟାବତୀ ଦୃଢୋକ୍ତି କରିଥିଲେ । ଏଥିପାଇଁ ବିଏସପି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ମାୟାବତୀ ଅନୁରୋଧ କରିଥିଲେ । ପୁଲୱାମା ପ୍ରସଙ୍ଗ ଉଠାଇ ମାୟାବତୀ ମୋଦି ସରକାର ଉପରେ ଜୋରଦାର ହମ୍‌ଲା କରିଥିଲେ । ମୋଦିଜୀ ରାଷ୍ଟ୍ରବାଦ ନାଁରେ ଡ୍ରାମା କରୁଛନ୍ତି । ବିଜେପି ସରକାର ସମୟରେ ଦେଶର ସୀମା ଆଦୌ ସୁରକ୍ଷିତ ନୁହେଁ । ଦେଶରେ ଆତଙ୍କୀ ହମ୍‌ଲା ବଢୁଛି । ପୁଲୱାମା ଘଟଣାକୁ ନେଇ ସରକାର ରାଜନୀତି କରୁଛନ୍ତି । କଂଗ୍ରେସର ବୋଫର୍ସ ଓ ବିଜେପିର ରାଫେଲ୍‌ ଘଟଣା ଭଷ୍ଟ୍ରାଚାରର ଉଦାହରଣ ବୋଲି ମାୟାବତୀ କହିଥିଲେ ।

ଦେଶରେ ଦଳିତ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଅବହେଳିତ ହୋଇ ଅଛନ୍ତି । ସଚ୍ଚର କମିଟି ରିପୋର୍ଟରୁ ଏହାର ସତ୍ୟତା ଜଣାପଡ଼ିଛି । ଖାଲି ଉଚ୍ଚ ଜାତିର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେଲେ ହେବନି । ଅନ୍ୟ କ୍ଷେତ୍ରରେ ଉନ୍ନତି କରିବାକୁ ପଡ଼ିବ । ସଂରକ୍ଷଣ ପ୍ରସଙ୍ଗ ଉଠାଇ ସେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍‌ କରିଥିଲେ । ରାଜ୍ୟରେ ସରକାରୀ ଚାକିରୀରେ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ପଦ ଫାଙ୍କା ପଡ଼ିଛି । ପଛୁଆ ବର୍ଗଙ୍କ ସଶକ୍ତିକରଣ ପାଇଁ ବିଜେଡି ସରକାର କିଛି କରୁନି ବୋଲି ମାୟାବତୀ କହିଛନ୍ତି । ମାୟାବତୀ
ବିଜେପି ଓ କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦୁଟିଏ କହିନଥିଲେ । ରାଜ୍ୟର ବିକାଶ ହୋଇନି ବୋଲି ମାୟାବତୀ ବାରମ୍ବାର କହୁଥିଲେ । କିନ୍ତୁ ବିଜେପି, କଂଗ୍ରେସ ତୁଳନାରେ ରାଜ୍ୟ ସରକାରଙ୍କୁ ସେତେଟା ଆକ୍ରମଣ କରିନଥିଲେ । ସଭାରେ ବିଏସ୍‌ପିର କେନ୍ଦ୍ରୀୟ ନେତା ଛୋଟୁରାମ, ଦେବୀପ୍ରସାଦ ପୃଷ୍ଟି, ଆକାଶ ଆନନ୍ଦ, ବିଏସ୍‌ପି ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ସଗରିଆ, ଓଡ଼ିଶା ଓ ଗୁଜରାଟ ପ୍ରଭାରୀ ଧରମବୀର ଅଶୋକ ସିଂହ, ପୂର୍ବତନ ସାଂସଦ ମୁରଲୀଧର ଜେନା ପ୍ରମୁଖ ଯୋଗଦେଇଥିଲେ ।