PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ଲୋକସଭା ନିର୍ବାଚନ ପାଇଁ ୟୁପିରେ ଆସନ ବୁଝାମଣା: ଏସପି ୩୭ ଓ ବିଏସପି ୩୮ଟିରେ ନିର୍ବାଚନ ଲଢିବ

ଲକ୍ଷ୍ନୌ,୨୧।୨: ଲୋକସଭା ନିର୍ବାଚନ ୨୦୧୯ରେ ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ କିଛି ଦିନ ତଳେ ହୋଇସାରିଛି। ଆଜି ଏସପି ଓ ବିଏସପି ମଧ୍ୟରେ ଲୋକସଭା ଆସନ ବଣ୍ଟନ ନେଇ ସହମତି ପ୍ରକାଶ ପାଇଛି। ବିଏସପିକୁ  ଏସପି ଅପେକ୍ଷା ଅଧିକ ଆସନ ମିଳିଛି। ବିଏସପି ଖାତାରେ ୩୮ଟି ଆସନ ରହିଥିବା ବେଳେ ଏସପିକୁ ମିଳିଛି ୩୭ଟି ଆସନ। ଦୁଇ ଦଳ ବାଗପତ, ମଥୁରା ଓ ମୁଜାଫରନଗର ଆସନ ଛାଡି ଦେଇଛନ୍ତି। ତେଣୁ କୁହାଯାଉଛି ଯେ , ୩ଟି ଆସନ ଆରଏଲଡି ଖାତାକୁ ଚାଲିଯିବ। ସେଭଳି ଦୁଇଟି ଆସନ ଆମେଠି ଓ ରାୟବରେଲିକୁ କଂଗ୍ରେସ ପାଇଁ ଛଡା ଯାଇଛି। ଆମେଠି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାୟବରେଲି ସୋନିଆ ଗାନ୍ଧିଙ୍କ ଆସନ।

source: https://www.livehindustan.com

ଏସପି-ବିଏସପି ଗୁରୁବାର ଆସନ ବୁଝାମଣା ଘୋଷଣା କରିଛନ୍ତି। ପଶ୍ଚିମ ୟୁପିର ଅଧିକାଂଶ ଆସନ ଯେଉଁଠି ବିଏସପି ନିର୍ବାଚନ ମଇଦାନରେ ଓହ୍ଳାଇବ। ସେଭଳି ରୁହେଲଖଣ୍ଡ, ମୈନପୁରୀ ଓ କନୌଜ ଆଖପାଖର ଆସନ ଏସପିର ଖାତାକୁ ଯାଇଛି।  ଦୁଇଦଳକୁ ପ୍ରତ୍ୟେକ  ମଣ୍ଡଳର ଆସନ ମିଳିଛି। କୈରାନା, ମୁରାଦାବାଦ, ରାମପୁର, ସମ୍ଭଲ, ଗାଜିଆବାଦ, ହାଥରସ୍(ଏସସି), ଫିରୋଜାବାଦ, ମୈନପୁାରୀ, ଏଟା, ବଦାୟୁ, ବରେଲି, ପିଲଭିତ, ଲକ୍ଷ୍ମୀପୁର ଖିରି, ହରଦୋଇ, ଉନ୍ନାବ, ଲକ୍ଷ୍ନୌ, କନୌଜ, କାନପୁର, ଝାନ୍ସି,, ବାନ୍ଦା, କୌଶମ୍ବି, ଫୁଲପୁର, ଆହ୍ଲାବାଦ, ବାରାବାଙ୍କି (ଏସସି) ଫୈଜାବାଦ, ବହରାଇଚ(ଏସସି), ଗୌଣ୍ଡା, ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଆଜମଗଡ,ବଲିୟା, ଚନ୍ଦୋଲି, ବାରାରାସୀ, ମିର୍ଜାପୁର ଓ ରବର୍ଟସଗଞ୍ଜ(ଏସସି) ଆସନରୁ ଏସପି ନିର୍ବାଚନ ଲଢିବ।

source: https://www.livehindustan.com

ସେଭଳି ବିଏସପି ସହାରନପୁର, ବିଜନୋର, ନଗିନା(ଏସସି), ଅମରୋହା, ମିରଟ, ସୀତାପୁର, ମିଶ୍ରିଖ(ଏସସି), ମୋହନଲାଳଗଞ୍ଜ(ଏସସି), ସୁଲତାନପୁର, ପ୍ରତାପଗଡ, ଫରୁଖାବାଦ, ଆକବରପୁର, ଜାଲୋନ(ଏସସି), ହମିରପୁର,ଫତେପୁର, ଆମ୍ବେଦକର ନଗର, କେଶରଗଞ୍ଜ, ଶ୍ରୀବସ୍ତି, ଡୁମାରିୟଗଞ୍ଜ, ବସ୍ତି, ସନ୍ଥ କବିରନଗର, ଦେବାରିୟା, ବାସଗାଓଁ(ଏସସି), ଲାଲଗଞ୍ଜ(ଏସସି) ଘୋସି, ସଲେମପୁର, ଜୌନପୁର, ମଛଲି ସହର(ଏସସି), ଗାଜିପୁର ଓ ଭଦୋହିରୁ ନିର୍ବାଚନ ଲଢିବ।

ସମ୍ବନ୍ଧିତ ଖବର